ବ୍ରାହ୍ମଣୀର ଭାସିଗଲେ ନବମ ଶ୍ରେଣୀର ୩ ଛାତ୍ର; ୨ ଉଦ୍ଧାର, ଜଣେ ନିଖୋଜ

0
857

ଢେଙ୍କାନାଳ: ଗଁଦିଆ ଥାନା ଉର୍ଣ୍ଣେକୋଟିଶ୍ଵର ନିକଟରେ ଏକ ଅଘଟଣ ଘଟିଯାଇଛି । ଆଜି ବ୍ରାହ୍ମଣୀ ନଦୀରେ ୩ଜଣ ନବମ ଶ୍ରେଣୀର ଛାତ୍ର ଗାଧୋଉଥିବାବେଳେ ପାଣିର ସୁଅ ମୁହଁରେ ପଡି ଭାସିଯାଇଥିଲେ । ଭାସିଯାଉଥିବାବେଳେ ନିକଟରେ ଥିବା ଲୋକମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ଜଣଙ୍କ ନିକଟସ୍ଥ ନୂଆପଡ଼ା ଗ୍ରାମର ସୁଧାବିନ୍ଦୁ ବେହେରା ବୋଲି ଜଣାପଡିଛି। ୩ ଛାତ୍ର ରାଧାଦେଇ ପୁର ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର। ରବିବାର ଥିବାରୁ ସେମାନେ ସାଂଗ ହୋଇ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଘଟଣାସ୍ଥଳରେ ଗଁଦିଆ ପୁଲିସ ପହଞ୍ଚିବା ସହିତ ଅଗ୍ନିଶ୍ରମ ବିଭାଗ ପହଞ୍ଚି ଖୋଜା ଖୋଜି ଚଳାଇଛି । ତେବେ ନିଖୋଜ ଛାତ୍ରଙ୍କ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

Also Read  ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିିହ୍ନଟ ହେଲେ ଆଉ ୮୩୬ ପଜିଟିଭ