ରାଉରକେଲା ସରକାରୀ ଡାକ୍ତରଖାନାରୁ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
185
couple Suicide in dhenkanal

ରାଉରକେଲା: ସରକାରୀ ମେଡିକାଲରୁ ଝୁଲନ୍ତା ମୃତଦେହ ଉଦ୍ଧାର । ରାଉରକେଲା ସରକାରୀ ଡାକ୍ତରଖାନାରୁ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ କୁଆରମୁଣ୍ଡା ବ୍ଲକ ରିଉ ଗ୍ରାମର ୪୦ବର୍ଷୀୟ ସହର ଝରା । ସେ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସାଧୀନ ଥିଲେ । ସକାଳୁ ବର୍ଣ୍ଣ ଓ୍ଵାର୍ଡ ସମ୍ମୁଖ ଝରକା ରେଲିଙ୍ଗରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିବା ବେଳେ ରଘୁନାଥପାଲି ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ମାମଲାର ତଦନ୍ତ ଲାଗି ଏକ କମିଟି ଗଠନ କରିଛନ୍ତି । ହସ୍ପିଟାଲର ବିଭିନ୍ନ ଓ୍ଵାର୍ଡରେ ସିସିଟିଭି କ୍ୟାମେରା ସହ ସୁରକ୍ଷା କର୍ମୀ ନିୟୋଜିତ । ଏଥିସତ୍ତ୍ୱେ ମେଡିକାଲରେ ଆତ୍ମହତ୍ୟା ଘଟଣା ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

Also Read  ଦେଶରେ କମୁଛି ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଂଟାରେ ୧୪,୧୪୮ ନୂଆ ସଂକ୍ରମିତ ଚିହ୍ନଟ

LEAVE A REPLY

Please enter your comment!
Please enter your name here