ହିମାଚଳ ପ୍ରଦେଶ ବିଧାନସଭା ଗେଟ୍‌ ଓ ପାଚେରୀରେ ଖଲିସ୍ତାନୀ ପତାକା

0
546
khalistani-flags-put-up-in-himachala-pradesh legislative-assemblys main-gate-boundary-wall

ଧର୍ମଶାଳା: ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ଆଜି ଖଲିସ୍ତାନୀ ପତାକା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ପାଚେରୀରେ ଖଲିସ୍ତାନ ସମର୍ଥରେ ସ୍ଲୋଗାନ ଲେଖାଯାଇଥିଲା। ପତାକା ଗୁଡ଼ିକୁ ପୁଲିସ୍ ଖୋଲି ଦେଇଥିବା ବେଳେ ସ୍ଲୋଗାନ ଗୁଡ଼ିକୁ ଲିଭାଇ ଦିଆଯାଇଛି।

ଧର୍ମଶାଳା ତପୋବନ ସ୍ଥିତ ବିଧାନସଭା ଭବନର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଏହି ଭିଡିଓରେ ବିଧାନସଭାର ମୁଖ୍ୟ ଫାଟକରେ ଖଲିସ୍ତାନୀ ପତକା ଲଗା ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଓ ଏସଡିଏମ୍ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି । କେବଳ ଏତିକି ନୁହେଁ ବିଧାନସଭା ପାଚେରୀରେ ମଧ୍ୟ ଖଲିସ୍ତାନୀ ଲେଖାଯାଇଥିଲା । ହେଲେ ଏହି ବ୍ୟାନର ପତାକା କିଏ ଲଗାଇଛି ସେ ନେଇ ଏଯାଏଁ କିଛି ଜଣାପଡିନି । ଏ ବାବଦରେ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରୁଛି ।

ହିମାଚଳପ୍ରଦେଶର ପଡୋଶୀ ରାଜ୍ୟରେ ବଢୁଥିବା ଆତଙ୍କବାଦୀ ମଡ୍ୟୁଲ ଧରାଯିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଧାନସଭା ଆଗରେ ଖଲିସ୍ତାନୀ ପତାକା ଦେଖାଯିବା ପରେ ହିମାଚଳପ୍ରଦେଶରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏ କାର୍ଯ୍ୟ ପଞ୍ଜାବରୁ ଆସିଥିବା କିଛି ପର୍ଯ୍ୟଟକଙ୍କର ହୋଇଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ଏହି ଘଟଣା ନେଇ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Also Read  Shri J P Nadda assures all support to Himachal Pradesh Government to manage Scrub Typhus cases in the State