ଆଜିଠୁ କମିବ ଭୀଷଣ ବାତ୍ୟା ‘ଅସାନି’ର ବଳ: ଉପକୂଳରେ ପ୍ରବଳ ବର୍ଷିବ

0
200
low-pressure-turned-to-depression

ଭୁବନେଶ୍ୱର: ଆଜିଠୁ ଦୁର୍ବଳ ହେବ ବାତ୍ୟା ‘ଅସାନି’ । ସମୁଦ୍ର ଭିତରେ କମ୍ପମାନ କରୁଥିବା ଭୀଷଣ ବାତ୍ୟା ‘ଅସାନୀ’ର ବଳ ମଙ୍ଗଳବାରଠାରୁ କମିବ । ଦିଗ ବଦଳିବା ସହ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏବେ ଭୀଷଣ ବାତ୍ୟା ଅସାନି ସମୁଦ୍ରରେ ଦ୍ରୁତ ଗତିରେ ମାଡି ଚାଲିଛି । ଗତି ଯେତେ ଅଧିକ ରହୁଛି, ସେତେ ଶୀଘ୍ର ଦୁର୍ବଳ ହେବ ବୋଲି ଅନୁମାନ କରାଯାଉଛି । ଗତ ୬ ଘଣ୍ଟା ହେବ ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୧୦ କିଲୋମିଟର ଦୂରରେ ରହିଛି ବାତ୍ୟା । ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ରୀ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ଏହା ଧୀରେ ଧୀରେ ଦୁର୍ବଳ ହେବ ଓ ୨୪ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବ । ପରେ ଅବପାତରେ ପରିଣତ ହେବ । ଓଡ଼ିଶା ସୀମା ଛୁଇଁବା ପୂର୍ବରୁ ଅସାନି ଅବପାତର ରୂପ ନେଇ ସାରିଥିବ । ଏହାର ପ୍ରଭାବରେ ରାଜ୍ୟର ୩ଟି ଜିଲ୍ଲା -ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ଆଜିଠୁ ତିନି ଦିନ ଉପକୂଳ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ସ୍ଥଳଭାଗ ନ ଛୁଇଁଲେ ବି କୂଳେକୂଳେ ଓଡ଼ିଶା ଅତିକ୍ରମ କରିବ ଘୂର୍ଣ୍ଣିଝଡ଼ । ପ୍ରଭାବରେ ଆଜି ସନ୍ଧ୍ୟାରୁ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାରେ ଆରମ୍ଭ ହୋଇଯିବ ବର୍ଷା । ଆସନ୍ତାକାଲି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୨ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର,ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Also Read  Sacked Homeguard after sustaining 65 percent of burn injuries due to self-immolation succumbed to death on Sep 11

LEAVE A REPLY

Please enter your comment!
Please enter your name here