ରାହୁଲ ଗାନ୍ଧୀଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସ ନେତା, ଖୁବ ଶୀଘ୍ର ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା ସମ୍ଭାବନା

0
470
odisha-congress-leader-meet-rahul-gandhi-and discuss-about-new pcc-president

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଓଡ଼ିଶାର କଂଗ୍ରେସ ନେତାମାନେ ଗତକାଲି ସନ୍ଧ୍ୟାରେ ବ୍ୟକ୍ତିଗତ ଭାବରେ ଆଲୋଚନା କରିଛନ୍ତି। ଶ୍ରୀ ଗାନ୍ଧୀ ପ୍ରତ୍ୟେକ ନେତାଙ୍କ ସହ ନୂଆ ସଭାପତି କାହାକୁ କଲେ ଠିକ୍‍ ହେବ ଏବଂ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ୨ରୁ ୩ ମିନିଟ୍‍ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି। ତେବେ ଖୁବଶୀଘ୍ର ନୂଆ ଚେହେରା ସହିତ ନୂଆ ରୂପ ନେବ ଓଡ଼ିଶା କଂଗ୍ରେସ । ପରିବର୍ତ୍ତନର ସଂକେତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଶୀଘ୍ର ନୂଆ ନାଁ ଘୋଷଣା ହେବା ସମ୍ଭାବନା ରହିଛି ।

ଜଣ ଜଣ କରି ୧୮ ନେତାଙ୍କ ସହ କଥା ହେଲେ ରାହୁଲ। ଦଳର ବର୍ତ୍ତମାନ ଓ ସମ୍ଭାବ୍ୟ ସ୍ଥିତି ଉପରେ ବିଧାୟକ, ସାଂସଦ ଏବଂ ପୂର୍ବତନ ପିସିସି ସଭାପତିଙ୍କ ମତ ଶୁଣିଥିଲେ। ରାଜ୍ୟ କଂଗ୍ରେସରେ ବଡ ପରିବର୍ତ୍ତନ ହେବ ବୋଲି ଭରସା ଦେଇଛନ୍ତି। ଯାହା ଖବର ମିଳୁଛି, ଖୁବ୍‌ଶୀଘ୍ର ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ। ନୂଆ ପିସିସି ସଭାପତି ନେଇ ଶରତ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ଭକ୍ତ ଦାସଙ୍କ ବାବଦରେ ଆଲୋଚନା ହୋଇଥିବା ଜଣାପଡିଛି। ପିସିସି ସଭାପତି ସହ ବିଧାୟକ ଦଳ ନେତା ବି ବଦଳିବେ। ରାହୁଲଙ୍କ ବାସଭବନରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା।

ନୂଆଦିଲ୍ଲୀ ୧୨ ତୋଗଲକ ଲେନ୍ ସ୍ଥିତ ରାହୁଲ ଗାନ୍ଧୀଙ୍କ ଘରେ ରାଜ୍ୟ କଂଗ୍ରେସ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସବୁ ନେତାଙ୍କ ସହିତ one to one ଆଲୋଚନା କରିଛନ୍ତି ରାହୁଲ । ରାଜ୍ୟ ପିସିସି ପରିବର୍ତ୍ତନ ସହ ସାଂଗଠନିକ ସ୍ଥିତି ନେଇ ଆଲୋଚନା ସମୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ସମସ୍ତ ୯ ଜଣ ବିଧାୟକ , ପୂର୍ବତନ ପିସିସି ପ୍ରମୁଖ ଉପସ୍ଥିତ ଥିଲେ ।

କଂଗ୍ରେସ ହାଇକମାଣ୍ଡଙ୍କ ଡକରା ପରେ ଦିଲ୍ଲୀରେ ଡେରା ଯାଇଥିଲେ ରାଜ୍ୟ କଂଗ୍ରେସ ବିଧାୟକ ଏବଂ ଛାମୁଆ ନେତା । ୨୦୨୪ ନିର୍ବାଚନ ରଣନୀତି ଏବଂ ସଂଗଠନକୁ କିପରି ମଜବୁତ୍ କରାଯିବ ସେ ନେଇ ଆଲୋଚନା ହୋଇଛି ।

Also Read  Afternoon mild tremors of earthquake felt today in Odisha cities