ମେଡିକାଲ କଲେଜ ଶୀଘ୍ର ଚାଲୁ କରିବା ଦାବିରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ

0
235
12 hour talcher bandh today

ତାଳଚେର: ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ । ତାଳଚେର ମେଡିକାଲ କଲେଜ ଶୀଘ୍ର ଚାଲୁ କରିବା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ତାଳଚେର ସୁରକ୍ଷା ମଞ୍ଚ। ରାଜ୍ୟ ସରକାର ଜମି ଯୋଗାଇ ଦେବା ପରେ ଅନେକ ଦିନ ହେଲା ମେଡିକାଲ କଲେଜ କୋଠା ନିର୍ମାଣ ସାରିଲାଣି । ହେଲେ ମେଡିକାଲ କଲେଜ ଚାଲୁ କରା ଯାଉ ନାହିଁ ।

ଏଣୁ ତାଳଚେର ମେଡିକାଲ କଲେଜକୁ ସରକାର ଦ୍ୱାରା ପରିଚାଳିତ କରିବା ନେଇ ଦାବି ହୋଇଛି। ଏହା ସହ ଅନ୍ୟ ଦୁଇ ଦଫା ଦାବି ନେଇ ଆଜି ସକାଳ ୫ ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ତାଳଚେର ବନ୍ଦ କରାଯିବ । ଖଣିରୁ ଉତ୍ପାଦନ , ପରିବହନ ସମେତ ଦୋକାନ ବଜାର ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ମେଡିକାଲ କଲେଜ ଓ ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।

ସେମାନଙ୍କ ଦାବି ହେଲା ମେଡିକାଲ କଲେଜ ପରିଚାଳନା ଦାୟିତ୍ବ ରାଜ୍ୟ ସରକାରଙ୍କୁ ଦେବା ସହ ଏହାର ସମସ୍ତ ଖର୍ଚ୍ଚ MCL ବହନ କରିବାକୁ ଦାବି କରିଛନ୍ତି । ଏହାସହ ଇଣ୍ଟରସିଟିକୁ କଣିହାଁ ପର୍ଯ୍ୟନ୍ତ ଚାଲୁ କରିବା ଏବଂ ତାଳଚେର ଷ୍ଟେସନରୁ ଅନୁଗୁଳକୁ ରେଳ ଚଳାଚଳ ଦାବି କରିଛନ୍ତି।

Also Read  ଦେଶରେ ୨୪ ଘଂଟାରେ ୧୧୮୫୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୫୫୫ ମୃତ

LEAVE A REPLY

Please enter your comment!
Please enter your name here