ଚୀନ୍‌ରେ କରୋନାର ସୁନାମୀ, ଜୁଲାଇ ସୁଦ୍ଧା ୧୬ ଲକ୍ଷ ମୃତ୍ୟୁ ଆଶଙ୍କା

0
284

ବେଜିଂ : ଚୀନ୍‌ରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ପ୍ରଭାବ ଖୁବ୍ ଭୟଙ୍କର ରହିଛି। ସାରା ଦେଶରେ ଏବେ କରୋନାର ସୁନାମୀ ଆସିବାର ଆଶଙ୍କା କରାଯାଉଛି। ଚୀନ୍‌ର ଫୁଡାନ୍ ୟୁନିଭର୍ସିଟିର ଏକ ଷ୍ଟଡିରୁ ଜଣାପଡିଛି ଯେ, ଯଦି ଚୀନ୍ ନିଜର ଜିରୋ-କୋଭିଡ୍ ପଲିସିରେ କିଛି କୋହଳ ପରେ ତେବେ ଜୁଲାଇ ପର୍ଯ୍ୟନ୍ତ ୧୬ ଲକ୍ଷରୁ ଅଧିକ ମୃତ୍ୟୁ ମାମଲା ବଢିପାରେ। ଫୁଡାନ ୟୁନିଭର୍ସିଟିର ଷ୍ଟଡି ଏଭଳି ଏକ ସମୟରେ ଆସିଛି, ଯେତେବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ୍‌କୁ ଜିରୋ କୋଭିଡ୍ ପଲିସି ବଦଳରେ ସଂକ୍ରମଣ ରୋକିବା ପାଇଁ ଅନ୍ୟ କୌଣସି ପ୍ରଣାଳୀ ଗ୍ରହଣ କରିବା କଥା କହିଥିଲା।

ଡିସେମ୍ବର ୨୦୧୯ ରେ ଚୀନ୍‌ର ବୁହାନରେ କରୋନା ସଂକ୍ରମଣର ପ୍ରଥମ ମାମଲା ସାମନାକୁ ବସିଥିଲା। ୨୦୨୦ ରେ ଯେତେବେଳେ ସାରା ଦୁନିଆରେ କରୋନା ବ୍ୟାପିବା ଆରମ୍ଭ ହୋଇଥିଲା, ସେତେବେଳେ ଚୀନ୍ ଏହାକୁ ସେଠାରେ ନିୟନ୍ତ୍ରଣ କରିଥିବା ନେଇ ଦାବି କରିଥିଲା। ୨୦୨୧ ରେ ଯେତେବେଳେ ଡେଲ୍ଟା ଭାରିଆଣ୍ଟ ସାମନାକୁ ଆସିଥିଲା, ଚୀନ୍ ୧୪ ଦିନରେ ଏହା ଉପରେ କାବୁ କରିଥିଲା ବୋଲି କହିଥିଲା, କିନ୍ତୁ ଏବେ ଓମିକ୍ରନ୍ ତା’ର ସ୍ଥିତି ଖରାପ କରିଛି। ଡେଲ୍ଟା ତୁଳନାରେ ଓମିକ୍ରନ୍ ବହୁ ଗୁଣା ଅଧିକ ଭୟଙ୍କର ସଂକ୍ରମଣ ପାଲଟିଛି। ଏହି କାରଣରୁ ଏହାକୁ କାବୁ କରିବାରେ ସ୍ବାସ୍ଥ୍ୟ ଅଧିକାରୀମାନେ ଚିନ୍ତାରେ ପଡି ଯାଇଛନ୍ତି।

ଚୀନ୍‌ର ସଙ୍ଘାଇରେ ସବୁଠାରୁ ଅଧିକ ଖରାପ ସ୍ଥିତି ରହିଛି। ୬ ସପ୍ତାହ ହେବ କଡା ଲକଡାଉନ୍ ଲାଗୁ କରାଯାଇଛି। ୨୫ କୋଟିରୁ ଅଧିକ ଲୋକ ଲକଡାଉନ୍‌ରେ ଅଛନ୍ତି। ସେଭଳି ପୁରା ଚୀନ୍‌ରେ ୪୦ କୋଟିରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ କି ବିନା କୌଣସି କଟକଣାରେ ଅଛନ୍ତି। ଫୁଡାନ୍ ୟୁନିଭର୍ସିଟିର ରିପୋଟ ଅନୁସାରେ,ଜୁଲାଇରେ ଯଦି ଓମିକ୍ରନ୍ ମାମଲା ଆହୁରି ବଲେ ତେବେ ୧୧.୨୨ କୋଟିରୁ ଅଧିକ ସଂକ୍ରମଣ ମାମଲା ଆସିବ। ସେଭଳି ୫୧ ଲକ୍ଷରୁ ଅଧିକ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବେ। ଓମିକ୍ରନ୍ ପାଇଁ ଚୀନ୍‌ର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ୧୬ ଗୁଣା ଅଧିକ ଭାର ବଢିଯିବ।

Also Read  ଜୁନିଅର ମହିଳା ହକି ବିଶ୍ୱକପ୍‌: ପ୍ରଥମ ମ୍ୟାଚରେ ୱେଲ୍ସକୁ ୫-୧ରେ ହରାଇଲା ଭାରତ