ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଲବ ଦେବ

0
505
tripura-cm-biplab-dev-resigns from his post

ନୂଆଦିଲ୍ଲୀ: ତ୍ରିପୁରାରେ ଦେଖାଦେଇଛି ବଡ଼ ରାଜନୈତିକ ପରିବର୍ତ୍ତନ । ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବିପ୍ଲବ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ଇସ୍ତଫା ଦେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ନିଷ୍ପତ୍ତି ତାଙ୍କ ପାଇଁ ସର୍ବୋପରି। ସେ ହାଇ କମାଣ୍ଡର ନିର୍ଦ୍ଦେଶରେ ନିଜ ପଦ ଛାଡିଛନ୍ତି। ନୂତେବେ ବିପ୍ଲବଙ୍କ ସ୍ଥାନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ଏବେ ସେ ଉପରେ ସମସ୍ତଙ୍କ ନଜର ।

ବିପ୍ଲବ ଦେବଙ୍କ ଉପରେ ରାଜ୍ୟ ବିଜେପିର କିଛି ନେତା ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି । ଦୁଇ ଜଣ ବିଧାୟକ ମଧ୍ୟ ଦଳ ଛାଡିଥିଲେ। ବିଧାନସଭା ନିର୍ବାଚନର ରଣନୀତିକୁ ନେଇ ବିଜେପି କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୁଜୁରାଟ ଭଳି ତ୍ରିପୁରା ବିଜେପିରେ କ୍ୟାବିନେଟ ଠାରୁ ଆରମ୍ଭ ସାଂଗଠନିକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ଇସ୍ତଫା ପରେ ସେ ସଂଗଠନର ଯେକୌଣସି ପଦ ଗ୍ରହଣ କରିବେ ବୋଲି ବିପ୍ଲବ କହିଛନ୍ତି ।

Also Read  Amit Shah slams Assam's social media team