କରୋନା ପରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲକୁ ଆସୁନାହାନ୍ତି ୩୦% ପିଲା, ଚିନ୍ତାରେ ଗଣଶିକ୍ଷା ବିଭାଗ

0
504
After corona 30 percent of student do not come to school from first to twelfth grade

ଭୁବନେଶ୍ବର: କରୋନା ପରେ ସ୍କୁଲ ଆସୁନାହାନ୍ତି ୩୦% ଛାତ୍ରଛାତ୍ରୀ । ୨ ବର୍ଷ ଧରି କରୋନା ମହାମାରୀ ପରେ ସ୍କୁଲ ଖୋଲିଥିବା ବେଳେ ୩୦ ପ୍ରତିଶତ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସୁନଥିବାରୁ ଚିନ୍ତା ପ୍ରକାଶ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମାତ୍ର ୭୦% ରହିଛି । ବାକି ୩୦% ଅର୍ଥାତ ୧୮ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି । ଡ୍ରପ ଆଉଟ ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ଗଣଶିକ୍ଷା ସଚିବ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି । ଏତେ ସଂଖ୍ୟକ ପିଲା କାହିଁକି ସ୍କୁଲ ଆସୁନାହାନ୍ତି ତାର କାରଣ ଖୋଜା ଆରମ୍ଭ ହୋଇଛି । ଶିକ୍ଷକ ମାନେ ଘର ଘର ବୁଲି ସ୍କୁଲ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ଖୋଜିବେ ।

ସ୍କୁଲ ଉପସ୍ଥାନ ଖାତାରେ ନାଁ ଅଛି ହେଲେ ୩୦ ପ୍ରତିଶତ ପିଲା ସ୍କୁଲ ଆସୁନାହାନ୍ତି, ଯାହା ସରକାରଙ୍କ ଚିନ୍ତା ବଢାଇଦେଇଛି । କରୋନା ମହାମାରୀ ଯୋଗୁଁ ୨ ବର୍ଷ ସ୍କୁଲ ବନ୍ଦ ରହିବା ପରେ ଏବେ ଯେତେବେଳେ ସ୍କୁଲ ଖୋଲିଛି ସେତେବେଳେ ମାତ୍ର ୭୦ ପ୍ରତିଶତ ପିଲା ସ୍କୁଲକୁ ପଢିବାକୁ ଆସୁଛନ୍ତି । ବାକି ପିଲା କେଉଁଠି ଗଲେ ଚିନ୍ତାରେ ପଡିଛି ଗଣଶିକ୍ଷା ବିଭାଗ । କିପରି ସ୍କୁଲରେ ଶତ ପ୍ରତିଶତ ଉପସ୍ଥାନ ରହିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପିଲା କାହିଁକି ସ୍କୁଲକୁ ଆସୁନାହାନ୍ତି ସେ ନେଇ ଖୋଜିବେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ । ଅଭିଭାବକଙ୍କ ସହ ଯୋଗାଯୋଗରେ ରହିବେ ସ୍କୁଲ କର୍ତ୍ତୃପକ୍ଷ । ଗାଁର ସରପଞ୍ଚ ଓ ଏସଏଚଜି ମହିଳାଙ୍କ ସହ ଆଲୋଚନା କରି କେଉଁ ଗାଁରେ କେତେ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି ତାହାର ତଦାରଖ କରିବେ ।

ଚଳିତ ଶିକ୍ଷାବର୍ଷରେ ପିଲାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର, ନୂଆପଡା ଜିଲାରେ ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ରାଜ୍ଯ ହାରଠାରୁ କମ ରହିଛି। ସେହିଭଳି ଅଷ୍ଟମ ପାସ ପରେ ଅନେକ ପିଲା ନବମ ଶ୍ରେଣୀ ରେ ନାମ ଲେଖାଇନାହାନ୍ତି। ଏଣୁ ପାଠ ଛାଡିଥିବା ପିଲାଙ୍କୁ ସ୍କୁଲ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି।

Also Read  Police to Begin Special Drive Against Black Film