ଗଞ୍ଜାମ: ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ। ଦେହରେ ପେଟ୍ରୋଲ ଢାଳି ହୋଇ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଉପସ୍ଥିତି ବୁଦ୍ଧି ଖଟାଇ ପୁଲିସ କର୍ମଚାରୀ ଯୁବକ ଜଳିଯାଉଥିବା ବେଳେ ଏକ କମ୍ବଳ ଘୋଡେଇ ନିଆଁକୁ ଆୟତ କରିଛନ୍ତି । ଗୁରୁତ୍ତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆତ୍ମାହୂତି ଉଦ୍ୟମ କରିଥିବା ଯୁବକ ଜଣକ ରମ୍ଭା ଥାନା ବୋରିଗାଁ ଅଞ୍ଚଳର ବାଦଲ ସାହୁ ବୋଲି ଜଣାପିଛି । ତେବେ ଆତ୍ମାହୂତିର କାରଣ ଜଣାପଡ଼ି ନାହିଁ ।