କ୍ରୀଡ଼ା ଜଗତରେ ଶୋକର ଛାୟା; କାର ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ପରଲୋକ

0
207
former-australian-cricketer andrew-symonds-passes-away

ମେଲବର୍ଣ୍ଣ: ସାରା କ୍ରିକେଟ ଜଗତ ସ୍ତବ୍ଧ; ଖେଳିଯାଇଛି ଶୋକର ଛାୟା । ଅଷ୍ଟ୍ରେଲିଆର ପୂର୍ବତନ ପ୍ରସିଦ୍ଧ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗ ଘଟିଛି। ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ । ସାଇମଣ୍ଡସଙ୍କ କାର କୁଇନ୍ସଲାଣ୍ଡର ଟାଉନ୍ସଭିଲେ ପାଖରେ ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ୍ ସୂଚନା ଦେଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି ସାଇମଣ୍ଡସ୍‌ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ସୂଚନାନୁଯାୟୀ, ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ଏକ କାର ଦୁର୍ଘଟଣାରେ ସାଇମଣ୍ଡସ୍‌ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ପୋଲିସ କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସାଇମଣ୍ଡଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଥିଲା।

ଦୁଇ ଦୁଇ ଥର ଅଷ୍ଟ୍ରେଲିଆ ଟିମରେ ବିଶ୍ବକପ୍ ଖେଳିଥିଲେ ସାଇମଣ୍ଡସ୍‌ । ଏହା ଅଷ୍ଟ୍ରେଲିଆକୁ ୨୦୦୩ ଓ ୨୦୦୭ ମସିହାରେ ବିଶ୍ବକପ୍ ଜିତାଇବାରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିଲେ ସାଇମଣ୍ଡ । ଅଷ୍ଟ୍ରେଲିଆ ପାଇଁ ସାଇମଣ୍ଡସ୍‌ ୨୬ଟି ଟେଷ୍ଟ ଓ ୧୯୮ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ । ସାଇମଣ୍ଡସ୍‌ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛି ଇଣ୍ଟରନାସନାଲ କ୍ରିକେଟ କାଉନସିଲ ବା ଆଇସିସି ।

Also Read  ଏବେ ରବିବାରରେ ବି ଖୋଲିବ ଶ୍ରୀମନ୍ଦିର, ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

LEAVE A REPLY

Please enter your comment!
Please enter your name here