ଜ୍ଞାନବାପୀ ମସଜିଦ୍ ପରିସରରୁ ଶିବଲିଙ୍ଗ ମିଳିବା ପରେ ସେ ଅଞ୍ଚଳକୁ ସିଲ୍ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

0
414
gyanvapi-case-up-court-decision-tomorrow

ବାରାଣସୀ: ଉତ୍ତର ପ୍ରଦେଶର ପ୍ରସିଦ୍ଧ ଜ୍ଞାନବାପି ମସଜିଦର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ ହିନ୍ଦୁ ପକ୍ଷର ଓକିଲଙ୍କ ଦାବିକୁ ନେଇ ବିବାଦ ସୃଷ୍ଟି ହୋଇଛି । ମସଜିଦର ବଜୁଖାନା ( ନମାଜ ପୂର୍ବରୁ ଗୋଡ଼ହାତ ଧୋଇବା ସ୍ଥାନ)ରେ ଶିବଲିଙ୍ଗ ମିଳିଥିବା ସେ ଦାବି କରିଛନ୍ତି । ଏହାପରେ ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସିଲ୍ କରିବା ପାଇଁ ବାରାଣାସୀ ସିଭିଲ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ମୁସଲମାନ ପକ୍ଷ କହିଛି । ମସଜିଦ ପରିସରର ସର୍ଭେ ପରେ ହିନ୍ଦୁ ଦଳ ସିଭିଲ କୋର୍ଟ ନିକଟରେ ପହଞ୍ଚି ବାହାର ବଜୁଖାନାରେ ଏକ ଶିବଲିଙ୍ଗ ପାଇଥିବାର ଦାବି କରି କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଉକ୍ତ ସ୍ଥାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କୋର୍ଟ ସେହି ସ୍ଥାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସିଭିଲ କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ମୁସଲମାନ ପକ୍ଷ ବର୍ତ୍ତମାନ ଆହ୍ଲାବାଦ ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ତଳ କୋର୍ଟର ଏହି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିବାକୁ ସେମାନେ ହାଇକୋର୍ଟକୁ ନିବେଦନ କରିବେ | ଏ‌ହାଛଡା ଜ୍ଞାନବାପି ମସଜିଦରେ କରାଯାଇଥିବା ସର୍ଭେ ବିରୋଧରେ ମୁସଲିମ ପକ୍ଷର ଆବେଦନ ଉପରେ ସୁପ୍ରିମକୋର୍ଟ ମଧ୍ୟ ମଙ୍ଗଳବାର ଶୁଣାଣି କରିବେ।

ହିନ୍ଦୁ ପକ୍ଷର ଓକିଲ ମଦନ ମୋହନ ଯାଦବ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ଦାବି କରିଛନ୍ତି ଯେ ‘ସର୍ଭେ ଦଳକୁ ଜ୍ଞାନବାପି ମସଜିଦ୍ ପରିସରରେ ନନ୍ଦୀ ମୂର୍ତ୍ତି ସାମ୍ନାରେ ଥିବା ବଜୁଖାନା (ମସଜିଦ ଭିତରେ ଥିବା ସ୍ଥାନ, ଯେଉଁଠାରେ ଲୋକମାନେ ନମାଜ ଅର୍ପଣ କରିବା ପୂର୍ବରୁ ହାତ, ପାଦ ଓ ମୁହଁ ଧୋଇଥାନ୍ତି) ରେ ଶିବଲିଙ୍ଗ ମିଳିଥିଲା | ଏହାଛଡ଼ା ମନ୍ଦିର ଭାଙ୍ଗି ଏହି ମସଜିଦ ନିର୍ମାଣ କରାଯାଇଥିବାର ଅନେକ ପ୍ରମାଣ ମସଜିଦ ଭିତରେ ପୋତି ହୋଇ ରହିଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ, ସର୍ଭେ ଦଳରେ ଜଡିତ ଥିବା ବରିଷ୍ଠ ଓକିଲ ହରିଶଙ୍କର ଜୈନ ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ରବି କୁମାରଙ୍କ କୋର୍ଟରେ ଏକ ଆବେଦନ କରିଥିଲେ। ଏହି ଆବେଦନ ଉପରେ ବାରାଣସୀ ସିଭିଲ କୋର୍ଟ ଜ୍ଞାନବାପି ମସଜିଦର ବଜୁଖାନାକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଜାରି କରି କରିଛନ୍ତି । ସେହି ସ୍ଥାନରେ କୌଣସି ଲୋକଙ୍କୁ ନ ଛାଡ଼ିବାକୁ କୋର୍ଟ କହିଛନ୍ତି ।

Also Read  Modi opens Virtual Experiential Museum in Varanasi