ଶ୍ରୀଲଙ୍କା ଭଳି ହୋଇପାରେ ବାଂଲାଦେଶର ଅବସ୍ଥା !

0
425
situation in Bangladesh could be the same as in Sri Lanka

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଏବେ ସବୁଠୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶର ମୁଦ୍ରା ହ୍ରାସ ପାଇଛି ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଛି। ଏହି ସମୟରେ ପଡୋଶୀ ବାଂଲାଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଆନ୍ତର୍ଜାତୀୟ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ, କଞ୍ଚାମାଲ ଏବଂ ଇନ୍ଧନ ପରିବହନ ଇତ୍ୟାଦିର ମୂଲ୍ୟ ବୃଦ୍ଧି ପାଇଁ ବାଂଲାଦେଶ ଅତ୍ୟଧିକ ପ୍ରଭାବିତ ହୋଇଛି। ଗତ କିଛି ମାସ ମଧ୍ୟରେ ବାଂଲାଦେଶର ଆମଦାନୀ ଖର୍ଚ୍ଚ ୪୪ ପ୍ରତିଶତକୁ ବୃଦ୍ଧି ପାଇଛି।

ବାଂଲାଦେଶର ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାଂଲାଦେଶର ଆମଦାନୀ ଖର୍ଚ୍ଚ ଯେଉଁ ବେଗରେ ବୃଦ୍ଧି ହୋଇଛି ତାହା ତୁଳନାରେ ରପ୍ତାନିରୁ ହେଉଥିବା ଆୟରେ ବୃଦ୍ଧି ଘଟିନାହିଁ। ଏହି କାରଣରୁ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ବଢ଼ିଛି। ଆମଦାନୀ ଖର୍ଚ୍ଚ ପରିଶୋଧ କରିବାକୁ ବାଂଲାଦେଶ ଦେଶରେ ଜମା ହୋଇଥିବା ଡଲାରର ବିକ୍ରି ଜାରି ରଖିଛି।

ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇବାରେ ଲାଗିଥିବାରୁ ବାଂଲାଦେଶ ପାଖରେ ଆଉ ମାତ୍ର ୫ମାସ ସମୟ ରହିଛି। ହେଲେ ଯଦି ବିଶ୍ବ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆହୁରି ବଢ଼େ, ତେବେ ପାଞ୍ଚ ମାସ ପୂର୍ବରୁ ମଧ୍ୟ ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବାର ସମ୍ଭାବନା ରହିଛି। ଏଭଳି ହେ‌ଲେ ବାଂଲାଦେଶର ଦଶା ଶ୍ରୀଲଙ୍କା ଭଳି ହେବ ବୋଲି ଅନେକ ମତ ରଖିଛନ୍ତି। ତେବେ ଦେବାଳିଆ ହେବାରୁ ଦେଶକୁ ରକ୍ଷା କରିବା ପାଇଁ ବାଂଲାଦେଶ ସରକାର ଏବେ ଚେଷ୍ଟା ଜାରି ରଖିଛନ୍ତି।

Also Read  ସଙ୍କଟରେ ଶ୍ରୀଲଙ୍କା: ନିଜ ଦେଶର ପରିସ୍ଥିତି ଦେଖି ଦୁଃଖରେ ଭାଙ୍ଗିପଡ଼ିଲେ ଜ୍ୟାକ୍‌ଲିନ୍