ମା’ ଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଯୁବକଙ୍କୁ ଲୁହାରଡ଼ରେ ପିଟି ପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ

0
508
two-minor-sons-beat-the-young-man-to-death-after-seeing-him-with-his-mother

କେନ୍ଦୁଝର: ମାଆ ସହ ଜଣେ ଯୁବକକୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଲେ ଦୁଇ ନାବାଳକ ପୁଅ । ଏହା ଦେଖି ‌ଦୁଇ ନାବାଳକ ପୁତ୍ର ରାଗରେ ଜର୍ଜରିତ ହୋଇ ପରକୀୟା ସମ୍ପର୍କ ରଖିଥିବା ବିବାହିତ ଯୁବକକୁ ଖୁଣ୍ଟରେ ବାନ୍ଧି ଲୁହ ଛଡ଼ରେ ପିଟି ପିଟି ହତ୍ୟା କରିଛନ୍ତି। ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ଶାସ୍ତ୍ରୀନଗରରେ। ମୃତ ଯୁବକର ନାମ ସେକେଣ୍ଡ ମହାକୁଡ଼(୪୫) ବୋଲି ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ମୃତ ସେକେଣ୍ଡ ମହାକୁଡ଼ର ଘରେ ସେକେଣ୍ଡ ସହିତ ନିଜ ମାଆକୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ ଦୁଇ ନାବାଳକ ପୁଅ । ତାଙ୍କ ମାଆ ସହିତ ମୃତ ସେକେଣ୍ଡ ପରକୀୟା ପ୍ରୀତି ଥିବା ସମ୍ପର୍କକୁ ନେଇ ଦୁଇ ନାବାଳକ ହିଂସ୍ର ହୋଇ ଉଠିଥିଲେ। ଦୁହେଁ ସେକେଣ୍ଡଙ୍କୁ ଘୋଷାଡ଼ି ନେଇ ତାଙ୍କ ଘର ସମ୍ମୁଖରେ ଏକ ଖୁଣ୍ଟରେ ବାନ୍ଧି ଲୁହା ଛଡ଼ରେ ନିର୍ଦ୍ଧୁମ ପିଟିଥିଲେ। ପିଟି ପିଟି ଗୋଟିଏ ହାତ ଓ ଗୋଡ଼ ଭାଙ୍ଗିଦେଇଥିଲେ। ଏହାପରେ ଦୁଇ ନାବାଳକ ତାଙ୍କୁ ଯୋଡ଼ା ଟାଟାଷ୍ଟିଲ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ସେକେଣ୍ଡଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଏ ନେଇ ଯୋଡ଼ା ଥାନାରେ ଏକ ହତ୍ୟା ମାମଲା ନମ୍ବର ୮୫/୨୦୨୨ ପୁଲିସ ରୁଜୁ କରି ଦୁଇ ନାବାଳକଙ୍କୁ ପଚରାଉଚରା ଜାରି ରଖିଥିବା ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।

Also Read  ଦେଶରେ କୋଭିଡ୍‌-୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି; ୨୪ ଘଣ୍ଟାରେ ୧୭,୧୩୫ ଆକ୍ରାନ୍ତ ଚିହ୍ନଟ