କିଟ୍‌ ରେ ଜାତୀୟ ସ୍କୁଲ୍‍ ଚେସ ପ୍ରତିଯୋଗିତା ଉଦ୍‌ଘାଟିତ

0
648
କିଟ୍‌ ରେ ଜାତୀୟ ସ୍କୁଲ୍‍ ଚେସ ପ୍ରତିଯୋଗିତା ଉଦ୍‌ଘାଟିତ
କିଟ୍‌ ରେ ଜାତୀୟ ସ୍କୁଲ୍‍ ଚେସ ପ୍ରତିଯୋଗିତା ଉଦ୍‌ଘାଟିତ
ଭୁବନେଶ୍ୱର: ମେ ୧୭: : କିଟ୍ ବିଶ୍ୱବିଦ୍ୟାଳୟରେ ୧୦ମ ଏମ୍‌ପିଏଲ ଜାତୀୟ ସ୍କୁଲ ଚେସ୍ ଚମ୍ପିଅନସିପ-୨୦୨୨ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ବିଭିନ୍ନ ରାଜ୍ୟରୁ ୧୦୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । କେବଳ ଓଡ଼ିଶାରୁ ୧୦୮ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି ।
ଓଡ଼ିଶା ଚେସ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ଉଦଘାଟନୀ ସମାରୋହରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି ଚେସ୍ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟରେ ଏଭଳି ପ୍ରତିଯୋଗିତା ଆୟୋଜନ ହୋଇଥିବାରୁ ସେ କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେବା ସହ ଏଭଳି ପ୍ରତିଯୋଗିତା ଓଡ଼ିଶାର ଚେସ୍‍ ଖେଳାଳିଙ୍କୁ ଚେସ୍ ଖେଳ ପ୍ରତି ଉତ୍ସାହିତ କରିବ ବୋଲି କହିଥିଲେ ।
ଅନ୍ୟତମ ଅତିଥି ଆଇଏମ୍ ପଦ୍ମିନୀ ରାଉତ ଯୋଗଦେଇ ଏଭଳି ପ୍ରତିଯୋଗିତା ଆୟୋଜନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଓ  ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅପରପକ୍ଷରେ ନିଜର ଚେସ୍ କ୍ୟାରିୟର ଆରମ୍ଭ ବିଷୟରେ ପ୍ରତିଯୋଗୀମାନଙ୍କ ସହିତ ଆଲୋଚନା କରିଥିଲେ ।
ଓଡ଼ିଶାରେ ଏଭଳି ଚେସ୍ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଲେ ଚେସ୍ ପ୍ରତି ଆଗ୍ରହ ଥିବା ପିଲାମାନଙ୍କ ସମେତ ଅଭିଭାବକଙ୍କୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଲ ଓଡ଼ିଶା ଚେସ୍ ଆସୋସିଏସନ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସଚିବ ଦେବବ୍ରତ ଭଟ୍ଟ, ଅଲ ଇଣ୍ଡିଆ ଚେସ ଫେଡେରେସନ ଯୁଗ୍ମ ସଚିବ ରଞ୍ଜନ ମହାନ୍ତି ପମୁଖ ଯୋଗଦେଇ ଖେଳାଳି ଏବଂ ସେମାନଙ୍କ ଅଭିଭାବକଙ୍କ ରହିବା ଖାଇବା ଆୟୋଜନକୁ ଖୁବ ପ୍ରଂଶସା କରିଥିଲେ ।
ଅନ୍ତର୍ଜାତୀୟ ଚେସ୍ ଖେଳାଳି ଅପରାଜିତା ଗୋଚ୍ଛିକାର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ଼. ଗଗନେନ୍ଦୁ ଦାଶ ଧନ୍ୟବାଦ ଦେଇଥିଲେ ।
Also Read  KIIT Placed In 501 Cohort Globally, 5th Best In India