ଓଜନ କମେଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ସମୟରେ ମୃତ୍ୟୁବରଣ କଲେ କନ୍ନଡ ଫିଲ୍ମ ଅଭିନେତ୍ରୀ

0
484
kannada-film-actress-chethana-raj-passes-away

ନୂଆଦିଲ୍ଲୀ: ଆଜିର ସମୟରେ ସୁନ୍ଦର ଏବଂ ପରଫେକ୍ଟ ଦେଖାଯିବା ପାଇଁ ହସିନାମାନେ ପ୍ରାୟତଃ ସର୍ଜରୀର ସାହାର ନେଉଛନ୍ତି। ଅନେକ ସର୍ଜରୀରେ ଜୀବନ ଚାଲିଯିବାର ଆଶଙ୍କା ମଧ୍ୟ ରହିଛି। ଏପରି ବିପଦର ଶିକାର ହୋଇଛନ୍ତି କନ୍ନଡ ଅଭିନେତ୍ରୀ ଚେତନା ରାଜ । କନ୍ନଡ ଫିଲ୍ମ ଅଭିନେତ୍ରୀ ଚେତନା ରାଜଙ୍କର ଆଜି ପରଲୋକ ହୋଇଛି । ମିଡ଼ିଆ ରିପୋର୍ଟସ ଅନୁଯାୟୀ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ଚାଲିଥିବା ସମୟରେ ଡାକ୍ତର ମାନଙ୍କର ଗୋଟିଏ ଭୁଲ ପାଇଁ ଚେତନା ଦୁନିଆ ଛାଡି ଚାଲିଯାଇଛନ୍ତି । ମିଳିଥିବା ସୂଚନା ମୁତାବକ ସୋମବାର ଫ୍ୟାଟ-ଫ୍ରି ସର୍ଜରୀ କରାଇବାକୁ ଚେତନା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସନ୍ଧ୍ୟା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡିବାକୁ ଲାଗିଲା ଆଉ ତାଙ୍କ ଫୁସଫୁସରେ ପାଣି ଜମିଯାଇଥିବା ନେଇ ଡାକ୍ତରମାନେ ଠଉରାଇ ପାରିଥିଲେ । ଆଉ ପରେ ଚେତନାଙ୍କର ମୃତ୍ୟୁ ହୋଇଥିଲା ।

କୁହାଯାଉଛି, ସୋମବାର ଦିନ ଅଭିନେତ୍ରୀ ଚେତନା ରାଜଙ୍କୁ ଫ୍ୟାଟ୍ ଫ୍ରୀ ସର୍ଜରୀ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ସର୍ଜରୀ ପରେ ଅଭିନେତ୍ରୀ କିଛି ଭଲ ଅନୁଭବ କରୁନଥିଲେ। ସନ୍ଧ୍ୟା ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ଏବଂ ଫୁସଫୁସରେ ପାଣି ଭରିବାରେ ଲାଗିଲା। ଅଭିନେତ୍ରୀ ଦୀର୍ଘ ସମୟ ଧରି ଯନ୍ତ୍ରଣା ସହି ପାରିନଥିଲେ ଏବଂ ୨୧ ବର୍ଷ ବୟସରେ ସେ ଏହି ଦୁନିଆକୁ ବିଦାୟ ଦେଇଦେଲେ।

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି, ଚେତନା ସର୍ଜରୀ ବିଷୟରେ ତାଙ୍କ ବାପା-ମାଙ୍କୁ ଜଣାଇ ନଥିଲେ ଏବଂ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଡାକ୍ତରଖାନା ଯାଇଥିଲେ। ଏବେ ଚେତନାଙ୍କ ବାପା-ମା ଡାକ୍ତରଙ୍କ ଉପରେ ଅବହେଳା କରିଥିବା ଅଭିଯୋଗ କରୁଛନ୍ତି। ଅଭିନେତ୍ରୀଙ୍କ ବାପା-ମା କହିଛନ୍ତି ଡାକ୍ତରଙ୍କ ଭୁଲ ହେତୁ ସେମାନଙ୍କ ଝିଅର ଅକାଳ ମୃତ୍ୟୁ ଘଟିଛି। ଚେତନାଙ୍କ ପରିବାର ସଦସ୍ୟ ନିକଟସ୍ଥ ପୋଲିସ ଷ୍ଟେସନରେ ଡାକ୍ତରଖାନା କମିଟି ବିରୋଧରେ ଅଭିଯୋଗ କରିଛନ୍ତି।

Also Read  ରାଜ୍ୟରେ କମୁଛି କରୋନା ସଂକ୍ରମଣ : ୮ ହଜାର ୮୪୫ ଆକ୍ରାନ୍ତ