ରାଜ୍ୟର ୧୫ ଜିଲାକୁ କାଳବୈଶାଖୀ ସର୍ତକତା, ବଜ୍ରପାତ ସହ ବର୍ଷା ସମ୍ଭାବନା

0
408
thunderstorm-warnings-to-17-districts-in-state

ଭୁବନେଶ୍ବର: କିଛି ଦିନର ଆଶ୍ବସ୍ତୀ ପରେ ରାଜ୍ୟରେ ପୁଣି ବଢିଛି ପ୍ରଚଣ୍ଡ ଖରା । ଫଳରେ କାଳବୈଶାଖୀ ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି । ଏଥିପାଇଁ ରାଜ୍ୟର ୧୫ ଟି ଜିଲାରେ ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକ ହେଲା , କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ , କଟକ , ଜଗତସିଂହପୁର ।

ସେପଟେ ବଙ୍ଗୋପସାଗରରେ ଏକ ଗୁରୁଚାପ ରହିଛି। ଯାହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପ ଆସୁଛି। ଯାହା କାଳବୈଶାଖୀ ବର୍ଷା କରାଇବାରେ ବର୍ତ୍ତମାନ ସହାୟକ ହେଉଛି। ଅନ୍ୟପଟେ କେରଳ ଓ କର୍ଣ୍ଣାଟକରେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିଛି। ଯାହା କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ପ୍ରବେଶ କରାଇବାରେ ସହାୟକ ହେବ। ଫଳରେ ଆସନ୍ତା ଜୁନ ପ୍ରଥମ ସପ୍ତାହରୁ ରାଜ୍ୟର ଅନେକ ସ୍ଥାନରେ ପ୍ରାକ ମୋସୁମୀ ବର୍ଷା ଆରମ୍ଭ ହେବ। ଏହା ସହ ମୌସୂମୀ ମଧ୍ୟ ଶୀଘ୍ର ଆସିବା ନେଇ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

Also Read  କଟକରେ ‘ଅଗ୍ନିପଥ ଯୋଜନା’କୁ ବିରୋଧ: କ୍ୟାଣ୍ଟେନମେଣ୍ଟ ରୋଡରେ ବିକ୍ଷୋଭ ପ୍ରଦର୍ଶନ