ଅଶାନ୍ତ ରାଜଧାନୀ, ଭୁବନେଶ୍ୱର ଜଗନ୍ନାଥ ନଗରରେ ବୋମା ମାଡ଼

0
306
Bomb attack in Bhubaneswar

ଭୁବନେଶ୍ୱର: ଅଶାନ୍ତ ରାଜଧାନୀ ଭୁବନେଶ୍ୱର। ରାତି ଅଧରେ ପୁଣି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ସହିଦନଗର ଥାନା ଅନ୍ତର୍ଗତ ଜଗନ୍ନାଥ ନଗରରେ ବୋମା ମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର୍ ବାଇକ୍‌ରେ ଆସି ରାସ୍ତା ଉପରେ ତିନୋଟି ବୋମା ମାଡ଼ କରିଥିଲେ। ତେବେ ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ପେଶାଲ ସ୍କ୍ଵାଡ୍ ଓ ସହିଦନଗର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।

ଆପାଟମେଣ୍ଟ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମାମାଡ଼ କରି ଚମ୍ପଟ ମାରିଥିଲେ। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ଼ ହୋଥିବା ସନ୍ଦେହ କରାଯାଉଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Also Read  ଆଜିଠୁ ଏସସିବିରେ ଓପିଡି ରୋଗୀ ସେବା ଟିକେଟ ପାଇଁ ଆରମ୍ଭ ହେଲା ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା