ପୁଣି ସମସ୍ୟା ଘେରରେ ଲାଲୁ ଯାଦବ; ଏକ ନୂଆ ମାମଲାରେ ଲାଲୁଙ୍କ ଘରେ ସିବିଆଇ ଚଢଉ

0
448
Lalu's Second Daughter To Donate Kidney To Her Father
Lalu's Second Daughter To Donate Kidney To Her Father

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପିଛା ଛାଡ଼ୁନି ସମସ୍ୟା । ଜେଲ ଦଣ୍ଡ ଭୋଗି କିଛି ଦିନ ତଳେ ବାହାରକୁ ଆସିବା ପରେ ଏକ ନୂଆ ମାମଲାରେ ଆଜି ସକାଳୁ ତାଙ୍କ ବାସଭବନରେ ସିବିଆଇ ଅତର୍କିତ ଚଢଉ କରିଥିବା ଜଣାପଡିଛି । ତାଙ୍କର ଦିଲ୍ଲୀ, ପାଟଣା ସମେତ ପାଖାପାଖି ୧୭ଟି ଠିକଣାରେ ସିବିଆଉ ଚଢଉ କରିଛି । ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ନିଯୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି। ଏହାକୁ ଆଧାର କରି ସିବିଆଇ ଏବେ ମାମଲା କରିଛି।

ମାମଲା ରୁଜୁ କରିବା ପରେ ଆଜି ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ୧୭ଟି ଠିକଣାରେ ଏକକାଳୀନ ଚଢ଼ଉ ଆରମ୍ଭ କରିଛି। ସିବିଆଇର ଗୋଟିଏ ଟିମ୍‌ ପାଟଣାରେ ଥିବା ଲାଲୁଙ୍କ ବାସଭବନରେ ମଧ୍ୟରେ ଯାଞ୍ଚ କରୁଥିବା ଖବର ପ୍ରକାଶ ପାଇଛି । ଚଢଉର ସଠିକ କାରଣ ଏଯାଏଁ ଜଣାପଡିନଥିଲେ ବି ରେଲୱେ ବିଭାଗରେ ନିଯୁକ୍ତିକୁ ନେଇ ହୋଇଥିବା ଜାଲିଆତି ମାମଲାରେ ଏହି ଚଢଉ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିଯୁକ୍ତି ପାଇଁ ଜମି ଲାଞ୍ଚ ଆକାରରେ ଦିଆଯାଥିବା ଘଟଣାରେ ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ଏଫଆଇଆର ହୋଇଛି। ଏଫଆଇଆରକୁ ଆଧାର କରି ଆଜି ପାଟନାର ଏକାଧିକ ସ୍ଥାନ ସହ ଗୋପାଳଗଞ୍ଜ ଓ ଦିଲ୍ଲୀରେ ରେଡ୍‌ ହୋଇଛି।

Also Read  ଉଦ୍ଧବ ସରକାରଙ୍କ ଉପରେ ସଙ୍କଟ ପଡ଼ିବାରୁ ୧୧ଥର ହନୁମାନ ଚାଳିଶା ପଢ଼ିଥିବା କହିଲେ ନବନୀତ