ଉପଭୋକ୍ତାଙ୍କ ପାଇଁ ଖୁସି ଖବର, କମିବ ପେଟ୍ରୋଲ ଓ ଡିଜେଲ୍‌ ଦାମ୍

0
462
petrol and diesel prices as centre-cuts-excise-duty-on-petrol-diesel

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । କମିବ ତୈଳ ଦର । କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ ନିଷ୍ପତ୍ତି । ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ହେବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ୬ଟାରୁ ନୂତନ ଦର ଲାଗୁ ହେବ।

କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବାକୁ ନିଷ୍ପତ୍ତି ନେଇଥିବାରୁ ତୈଳ ଦର ହ୍ରାସ ପାଇବ। ପେଟ୍ରୋଲ ଉପରୁ ୮ ଟଙ୍କା ଏକସାଇଜ ଡ୍ୟୁଟି ହଟିବା ପରେ ଲିଟର ପିଛ ଦର ୯ ଟଙ୍କା ୫୦ ପଇସା କମରେ ଲୋକଙ୍କ ପାଇଁ ଏହା ଉପଲବ୍ଧ ହେବ । ସେହିଭଳି ଡିଜେଲ ଉପରୁ ଏକସାଇଜ ଡ୍ୟୁଟି ୬ଟଙ୍କା କମିବ । ଏଣିକି ଡିଜେଲ ୭ ଟଙ୍କା କମରେ ମିଳିବ ।

ସେପଟେ ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ରିହାତି । ଏହି ରିହାତି ବାର୍ଷିକ ୧୨ଟି ସିଲିଣ୍ଡର ଲାଗି ଉଦ୍ଦିଷ୍ଟ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ଲୁହା ଓ ଇସ୍ପାତ ଲାଗି ହ୍ରାସ ପାଇଛି ଉତ୍ପାଦ ଶୁଳ୍କ । ସେହିପରି ଇସ୍ପାତ ସାମଗ୍ରୀ ଉପରେ ଲାଗୁ ହୋଇଛି ରପ୍ତାନି ଶୁଳ୍କ ।

Also Read  Space sector is a major medium for the progress of 130 crore countrymen: PM