ଟିିକେଟ ଟଙ୍କା ଫେରସ୍ତ ପାଇ ନଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର, ୨,୦୨୮କୋଟି ଟଙ୍କା ଫେରସ୍ତ କରିବ ଜେଟ୍ ଏୟାରୱେଜ୍

0
478

ନୂଆଦିଲ୍ଲୀ: କିଛି ମାସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ବନ୍ଦ ହୋଇଯାଇଥିଲା ବିମାନ କମ୍ପାନି ଜେଟ୍‌ ଏୟାରୱେଜ୍‌। ୨୦୧୯ରେ କମ୍ପ‌ାନି ବନ୍ଦ ହୋଇଥିବା ବେଳେ ଆଗୁଆ ବୁକିଂ କରିଥିବା ଟିକେଟ ପାଇଁ ଲୋକଙ୍କୁ ଟଙ୍କା ଫେରସ୍ତ ମିଳିନଥିଲା। ବିମାନ କମ୍ପାନି ବନ୍ଦ ହେବା ପରେ ନିଜ ନିଜର ଟଙ୍କା ଫେରସ୍ତ ପାଇଁ ଲୋକେ ଅଭିଯୋଗ କରିଥିଲେ। ହେଲେ କମ୍ପାନି ବନ୍ଦ ହେବା ପରେ ସେମାନଙ୍କୁ ଆଉ ଟଙ୍କା ଫେରସ୍ତ ମିଳିବ ନାହିଁ ବୋଲି ଭାବି ଚୁପ ବସିଥିଲେ ଯାତ୍ରୀ।

କିନ୍ତୁୁ ଏବେ ୩ବର୍ଷ ପରେ ଜେଟ୍ ଏୟାରୱେଜ୍ ପୁଣି ଥରେ ଉଡ଼ାଣ କରିବାକୁ ଯାଉଥିବା ବେଳେ ବାକିଥିବା ଯାତ୍ରୀଙ୍କ ଟଙ୍କା ଫେରାଇବ ବୋଲି କହିଛି। ଜେଟ ଏୟାରୱେଜ୍ ଏକ ଡକ୍ୟୁମେଣ୍ଟରେ ଦର୍ଶାଇଛି ଯେ ଟିକେଟ୍ ପାଇଁ ୩,୧୨୦ କୋଟି ଟଙ୍କା ଫେରସ୍ତ ଦାବି କରିଥିବା ୫,୧୭୪ଟିି ମାମଲା ଆମ ପାଖକୁ ଆସିିଥିଲା। ମୋଟ ଦାବି ମଧ୍ୟରୁ ଏୟାରଲାଇନ୍ସ ୨୦୨୮ କୋଟି ଟଙ୍କା ଦେବାକୁ ସ୍ଥିିର କରିଥିବା ବେଳେ ୧,୦୯୨କୋଟି ଟଙ୍କା ଦେବାକୁ ମନା କରିଛି।

Also Read  ନିଶା କାରବାର ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ