ସାବିତ୍ରୀରେ ସଇତାନ୍ ସ୍ୱାମୀର ବର୍ବର କାଣ୍ଡ; ସ୍ତ୍ରୀକୁ ପିଟିପିଟି କଲା ନିର୍ମମ ହତ୍ୟା

0
571
wife beaten to death by husband in mayurbhanj

କରଞ୍ଜିଆ: ଆଜି ସାବିତ୍ରୀ ବ୍ରତପରି ପବିତ୍ର ଦିନରେ ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ପିଟିପିଟି ନିର୍ମମଭାବେ ହତ୍ୟା କରିଛି । ୱେଭଲି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ଅସୁରା ଗାଁ ଖଡ଼ିଆ ସାହିରେ । ଆମ ଦେଶରେ ଯୁଗ ଯୁଗରୁ ଏହି ସାବିତ୍ରୀ ବ୍ରତ ପାଳନ ହେଇ ଆସୁଛି । ବିଶ୍ୱାସ ରହିଛି ଯେ ଆଜିର ଦିନରେ ଦେବୀ ସାବିତ୍ରୀ ସ୍ୱାମୀ ସତ୍ୟବାନ୍ଙ୍କ ଜୀବନ ବଞ୍ଚାଇବାକୁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ। ସେ ନିଷ୍ଠା ଓ ଭକ୍ତି ବଳରେ ଯମରାଜଙ୍କ ଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ। ଏଣୁ ଏହି ଦିନକୁ ମନେ ପକାଇବାକୁ ସବୁ ସଧବା ଆଜିର ଦିନରେ ଅତି ନିଷ୍ଠାର ସହ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ କରିଥାନ୍ତି।

ସବୁ ହିନ୍ଦୁ ମହିଳାଙ୍କ ପାଇଁ ଏହା ଏକ ବିଶେଷ ପର୍ବ। ସଧବା ନାରୀ ଆଜି ପ୍ରାତଃରୁ ଉଠି ସ୍ନାନ ସାରି ବଟ ବୃକ୍ଷକୁ ପୂଜା କରି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଥାନ୍ତି। କିନ୍ତୁ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ଅସୁରା ଗାଁ ଖଡ଼ିଆ ସାହିରେ ଦେଖିବାକୁ ମିଳିଛି ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ,ସ୍ତ୍ରୀ କୁ ପିଟିପିଟି ହତ୍ୟା କଲା ସ୍ୱାମୀ। କୌଣସି କଥାକୁ କେନ୍ଦ୍ର କରି ସ୍ତ୍ରୀ କୁ ପିଟିପିଟି ହତ୍ୟା କଲା ସ୍ୱାମୀ। ମୃତ ସ୍ତ୍ରୀ ଜଣକ ହେଉଛି କାଲି ଦେହୁରୀ। ହତ୍ୟା କରିବା ପରେ ଘଟଣା ସ୍ଥାନରୁ ସ୍ବାମୀ ଭରତ ଦେହୁରୀ ଫେରାର ହେଇଯାଇଛନ୍ତି । ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ଯଶୀପୁର ପୋଲିସର ତଦନ୍ତ ଜାରି ରହିଛି ।

Also Read  Former top cop pens 'humorous' memoir