ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ

0
477
death-threat to salman khan

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିିଳିଛି । ଏହାପରେ ଆକ୍ସନ ମୋଡକୁ ଆସିଛି ମୁମ୍ବାଇ ପୋଲିସ । ଏନେଇ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଲମାନ ଖାନଙ୍କ ସହିତ ତାଙ୍କ ପିତା ସଲିମ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ସୂଚନା ଅନୁଯାୟୀ ରବିବାର ସକାଳେ ଜଣେ ଅଜଣା ବ୍ୟକ୍ତି ସଲିମ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିଲା। ସଲିମ ଖାନ ମର୍ଣ୍ଣିଂ ଓ୍ବାକ୍ ପରେ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡରେ ଥିବା ଏକ ବେଞ୍ଚରେ ବସିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଏବଂ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଦେଇ ଏକ ଚିଠି ଦେଇଥିଲେ।

ପରେ ସଲିମ ଖାନ ତାଙ୍କ ସୁରକ୍ଷା କର୍ମଚାରୀଙ୍କ ସହାୟତାରେ ପୋଲିସ ସହ ଯୋଗାଯୋଗ କରିଥିଲେ। ବାନ୍ଦ୍ରା ପୋଲିସ ଷ୍ଟେସନରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୬ (୨) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।ମୁମ୍ବାଇ ପୋଲିସ କହିଛି ଯେ ଏହି ଘଟଣା ରବିବାର ସକାଳ ୭:୩୦ ରୁ ୮’୦୦ ମଧ୍ୟରେ ଘଟିଛି। ହତ୍ୟା ଧମକ ପରେ ମହାରାଷ୍ଟ୍ର ସରକାର ସଲମାନ ଖାନ ଓ ତାଙ୍କ ବାପା ସଲିମ ଖାନଙ୍କ ସୁରକ୍ଷା ବଢ଼ାଇଛନ୍ତି।

Also Read  ‘କେଜିଏଫ୍‌’ରେ ଯେତିକି ପାରିଶ୍ରମିକ ନେଇଥିଲେ ‘କୋବ୍ରା’ରେ ତାହାର ଦୁଇଗୁଣ ‌ନେଇଛନ୍ତି ଶ୍ରୀନିଧି