ମୋ ଧାନ ଆଜି ମୋତେ ମିଳିଗଲା; ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିବା ସ୍ତ୍ରୀକୁ ଫେରି ପାଇ ଖୁସିରେ ଆତ୍ମହରା ହେଲେ ସ୍ୱାମୀ

0
392
husband happy after his abducted-wife-returned in bhadrak

ଭଦ୍ରକ: ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିବା ସ୍ତ୍ରୀକୁ ଫେରି ପାଇଲା ସ୍ୱାମୀ । ସ୍ତ୍ରୀକୁ ପାଇ ଖୁସିରେ ଆତ୍ମହରା ହୋଇ ବାଇକରେ ଧରି ଘରକୁ ଫେରିଲେ ସ୍ୱାମୀ । ଗତ କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଯେ ଜଣେ ଯୁବକ କାନ୍ଦି କାନ୍ଦି କହୁଥିଲେ ତାଙ୍କ ପତ୍ନୀ ପରୀକ୍ଷା ଦେବାକୁ ଯାଇଥିବା ବେଳେ ତାଙ୍କୁ କେହି ଜଣେ କାରରେ ନେଇ ପଳାଇ ଯାଇଥିଲା। ଆଉ ଆଜି ସେହି ଯୁବକ ଜଣଙ୍କ ତାଙ୍କ ପତ୍ନୀଙ୍କୁ ପାଇଛନ୍ତି । ନିଜେ ବାଇକରେ ବସାଇ ଘରକୁ ଫେରାଇ ଆଣିଛନ୍ତି ସ୍ୱାମୀ ।

ମୋ ସ୍ତ୍ରୀକୁ ଅପହରଣ କରାଯାଇଥିଲା । ମୋ ସ୍ତ୍ରୀର ମାମୁଁ ମାଇଁ ଆଜି ତାକୁ ଅଣ୍ଡରାଇ ଜଗନ୍ନାଥ ମନ୍ଦିରରେ ଅନ୍ୟତ୍ର ବିବାହ ପାଇଁ ଆଣିଥିଲେ ମୋ ସ୍ତ୍ରୀ ମତେ ଜଣେଇବାପରେ ମୁଁ ପହଞ୍ଚି ଥିଲି ମନ୍ଦିରରେ। ଆଉ ମୋ ସ୍ତ୍ରୀ ମତେ ଦେଖିଲା ପରେ ଦୋଉଡି ପଳାଇ ଆସିଲା ମୁଁ ମୋ ପ୍ରେମକୁ ଫେରି ପାଇ ବୋହୁତ ଖୁସି ।ଏହା କହିଛନ୍ତି ସ୍ବାମୀ ରାହୁଲ ଗୋଛୟତ।

ଧୁଷୁରି ବଜାରରେ ଦେବେନ୍ଦ୍ର ଗୋଛୟତଙ୍କ ପୁଅ ରାହୁଲ ନିକଟ ବ୍ରାହ୍ମଣିପାଳ ଡକା ସାହିର ବଳରାମ ପଣ୍ଡାଙ୍କ ଝିଅ ହରପ୍ରିୟାକୁ ଭଲପାଇ ଉଭୟ ଘରଛାଡି ପୁରୀରେ ବିବାହ କରିଥିଲେ।ବିବାହର ୬ମାସ ପରେ ସାବିତ୍ରୀ ବ୍ରତ ପରଦିନ ନିକଟ ଆଖଣ୍ଡଳମଣି କଲେଜରେ ପରୀକ୍ଷା ଦେଇ ଫେରୁଥିବା ସମୟରେ ତାଙ୍କୁ କରାଯାଇଥିଲା ଅପହରଣ ।ଏହାକୁ ନେଇ ରାହୁଲ ଆତ୍ମହରା ହୋଇ ନିଜ ସ୍ତ୍ରୀକୁ ଝୁରି ହେଉଥିଲେ। ଅନ୍ୟ ପକ୍ଷରେ ଝିଅର ପରିବାର ଲୋକେ ଓ ମାମୁଁ ମାଇଁ ଝିଅକୁ ଅନ୍ୟ ଏକ ଯୁବକ ସହ ବିବାହ କରିବା ପାଇଁ ଭଦ୍ରକ ଅଣ୍ଡରାଇ ଜଗନ୍ନାଥ ମନ୍ଦିର ଆଣିଥିଲେ ।ଏ ଖବର ସ୍ବାମୀ ରାହୁଲ ଜାଣିବା ପରେ ପହଞ୍ଚି ଥିଲେ ମନ୍ଦିର ନିକଟରେ ଆଉ ସ୍ତ୍ରୀ ହରପ୍ରିଆ ସ୍ବାମୀକୁ ଦେଖି ମାମୁଁ ମାଇଁଙ୍କ ହାତକୁ ଛାଟିଦେଇ ରାହୁଲଙ୍କ ପାଖକୁ ଦୌଡି ଆସିଥିଲେ। ପୁର୍ବରୁ ପ୍ରସ୍ତୁତ ଥିବା ସ୍ବାମୀ ନିଜ ସ୍ତ୍ରୀକୁ ଫିଲ୍ମ ଷ୍ଟାଇଲରେ ଘଟଣା ସ୍ଥଳରୁ ନେଇ ପଳାଇ ଯାଇଛି ।

Also Read  Ransomware virus attack: Odisha govt hospitals in Kalahandi and Sambalpur fall prey