ବିରାଶାଳ ବିମାନ ଉଡାଣକେନ୍ଦ୍ରରେ ଅଘଟଣ: ପ୍ରଶିକ୍ଷଣବେଳେ ଦୁର୍ଘଟଣାର ଶିକାର ହେଲା ବିମାନ, ଅଳ୍ପକେ ବର୍ତିଲେ ପାଇଲଟ ଛାତ୍ର

0
407
air crash-in-beerasal-airstrip in kamakhyanagar

ଢେଙ୍କାନାଳ: ବୀରାଶାଳ ଏୟାରଷ୍ଟ୍ରିପରେ ପୁଣି ଅଘଟଣ । ପ୍ରଶିକ୍ଷଣ ନେଉଥବା ବେଳେ ବିମାନ ଖସିପଡିଥିବା ଅନୁମାନ । ମିଳିଥିବା ସୂଚନା ମୁତାବକ ପ୍ରାୟ ୧୫ ଫୁଟ ଉଚ୍ଚତାରୁ ଏକ ପ୍ରଶିକ୍ଷଣ ବିମାନ ଖସିପଡ଼ିଛି । ଗୁରୁତର ଅବସ୍ଥାରେ ପ୍ରଶିକ୍ଷାର୍ଥୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧ଟା ୫୦ ବେଳକୁ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବିରାଶାଳ ବିମାନ ଉଡାଣକେନ୍ଦ୍ରରେ ଅଘଟଣ ଦୁର୍ଘଟଣାର ଶିକାର ହେଲା ବିମାନ। ଅଳ୍ପକେ ବର୍ତିଲେ ପାଇଲଟ ଛାତ୍ର । ସୂଚନା ଅନୁସାରେ ବିମାନଟି ରନୱେରେ ଗଡୁଥିବା ବେଳେ ତଳକୁ ଖସି ଯାଇଥିଲା ଯାହାଫଳରେ ବିମାନଟି ରାସ୍ତା ତଳକୁ ଖସିଯାଇ ଡ୍ରେନରେ ମାଡ଼ ହୋଇ ଯାଇଥିଲା ।ବୀମାନରେ ଥିବା ପାଇଲଟ ଛାତ୍ର ଜଣଙ୍କ ଆହତ ହୋଇଥିବା ସୂଚନା ରହିଛି ।ଛାତ୍ରଙ୍କ ନାଁ କରଣ ମଲ୍ଲିକ (୨୪ବର୍ଷ) ।ତୁରନ୍ତ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କରି ବିରାଶାଳ ମେଡ଼ିକାଲରେ ଚିକିତ୍ସା କରାଇଥିବା ଜଣା ପଡ଼ିଛି । ୨ବର୍ଷ ତଳେ ଗତ ୨୦୨୦ ଜୁନ ୮ରେ ବି ଏଠାରେ ବିମାନ ଦୁର୍ଘଟଣା ହୋଇ ଥିଲା । ଏଥିରେ ଜଣେ ପାଇଲଟଙ୍କ ସମେତ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏବେ ପୁଣି ଏହି ଦୁର୍ଘଟଣା ଏଠାକାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Also Read  Olive Ridley turtles get a new mass nesting destination: Puri Sea beach