ରାଜଧାନୀରେ ଚାଞ୍ଚଲ୍ୟ : ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କରିବା ପରେ ୫ ବର୍ଷର ଝିଅର ତଣ୍ଟି କାଟିଲା ପିଶାଚ ବାପା

0
429
husband killed his wife in bhubaneswar

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ପିଶାଚ ସ୍ୱାମୀ । ନିଶାସକ୍ତ ଅବସ୍ଥାରେ ଝିଅର ବେକକୁ ଧାରୁଆ ଅସ୍ତ୍ରରେ କାଟିବା ପରେ ସ୍ତ୍ରୀକୁ ଅତି ବିଭତ୍ସଭାବେ ହତ୍ୟାକଲା ନିଶାସକ୍ତ ସ୍ୱାମୀ ​‌। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ଘଟିଛି ଏଭଳି ଛାତିଥରା ହତ୍ୟାକାଣ୍ଡ । ଘଟଣାସ୍ଥଳରେ ଖଣ୍ଡଗିରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣପଡିଛି।

ମୃତ ମହିଳାଙ୍କ ନାଁ ସରସ୍ୱତୀ ଦାସ । । ସ୍ତ୍ରୀ ସରସ୍ୱତୀ ଦାସ ଜଣେ ନର୍ସ ଥିଲେ ବୋଲି ଜଣାପଡିଛି । ନିଶା ପାଇଁ ବର୍ବର ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି । ଅଭିଯୁକ୍ତ ସ୍ୱାମୀ ସଂଜିତ ଦାସଙ୍କ ରୋଜଗାର ନଥିବା ବେଳେ ସ୍ତ୍ରୀଙ୍କ ପଇସାରେ ଘର ଚଳୁଥିଲା । ସୂଚନା ଅନୁସାରେ ଆଜି କୌଣସି ଘଟଣାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଏହା ସାଂଘାତିକ ରୂପ ନେଲା। ନିଜ ହିତାହିତ ଜ୍ଞାନ ହରାଇ ବସିଥିବା ସଞ୍ଜୀତ ଏକ ଧାରୁଅ ଅସ୍ତ୍ରରେ ପତ୍ନୀ ଓ ଝିଅଙ୍କ ବେକ କାଟି ଦେଇଥିଲେ। ଘଟଣାସ୍ଥଳରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Also Read  More than 150 elected representatives from different districts of Odisha meet Odisha CM, Naveen Patnaik at his residence, Naveen Nivas on Mar 4, 2017 at 4.30 pm