ଦିନ ଦ୍ଵିପ୍ରହରେ ଶିକ୍ଷକଙ୍କଠାରୁ ୧୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

0
433
12 lakh looted from a teacher in broad daylight

ଭଦ୍ରକ: ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକ ନିକଟ ଷ୍ଟେଟ ବ୍ୟାଙ୍କ ନିକଟରେ ଜଣେ ଶିକ୍ଷକଙ୍କଠାରୁ ୧୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଲୁଟିଛନ୍ତି ଲୁଟେରା । ବାଇକରେ ଦୁଇ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଛନ୍ତି । ଜମି କିଣିବା ପାଇଁ ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଉଠାଇ ରାସ୍ତାପାଖରେ ଠିଆ ହୋଇଥିବାବେଳେ ଏକ ବାଇକ୍‌ରେ ଦୁଇ ଜଣ ଆସି ତାଙ୍କ ପାଖରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ।

ସୂଚନାଯୋଗ୍ୟ ଯେ ଆଗରପଡା ଅଞ୍ଚଳର ଶିକ୍ଷକ ଅଶୋକ କୁମାର ଖିଲାର ଜମି କିଣିବା ନିମନ୍ତେ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ । ଟଙ୍କା ଉଠାଇ ଠିଆ ହୋଇଥିବା ବେଳେ ବାଇକରେ ଦୁଇ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ପଳାଇଥିଲେ । ତେବେ ସ୍ଥାନୀୟ ଲୋକେ ପିଛା କରିବା ସତ୍ତ୍ୱେ ଲୁଟେରା ଖସି ଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି ।

Also Read  Kakatpur: Sodasa Upachar Puja Begins at Maa Mangala Temple