ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ୨୧ରେ ଗଣତି

0
365
president-election date announced

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ ଏବଂ ୨୧ରେ ହେବ ଭୋଟ ଗଣତି । ପ୍ରେସମିଟ୍ ଜରିଆରେ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ । ସଂସଦ ଓ ବିଧାନସଭାରେ ହେବ ମତଦାନ । ୫୦ ସମର୍ଥକ ଓ ଅନ୍ୟ ପ୍ରସ୍ତାବକ ଦେଇ ନାମାଙ୍କନ ଭରିବେ ପ୍ରାର୍ଥୀ । ତେବେ ଜୁଲାଇ ୨୪ ତାରିଖରେ ଭାରତର ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପୂର୍ବରୁ ସମ୍ବିଧାନର ଧାରା ୬୨ ଅନୁସାରେ ନୂଆ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ ୨୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଜୁନ ୩୦ରେ ନାମାଙ୍କନ ଯାଞ୍ଚ ହେବ। ଜୁଲାଇ ୨ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ।ଜୁଲାଇ ୨୧ରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନର୍ବାଚନ କମିଶନ କହିଛନ୍ତି। ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥିପତ୍ର ସହ ୫୦ ଜଣ ପ୍ରସ୍ତାବକ ଦେବାକୁ ପଡ଼ିବ। ୫୦ ପ୍ରସ୍ତାବକ ଓ ୫୦ ସମର୍ଥକ ଦେଇ ନାମାଙ୍କନ କରିବାକୁ ପଡ଼ିବ। ସାଂସଦ ମାନେ ସଂସଦରେ, ବିଧାୟକମାନେ ବିଧାନସଭାରେ ଭୋଟଦେବେ। ୪୦୩୩ ବିଧାୟକ ଏହି ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବେ। ମୋଟ ୪୮୦୯ ଜଣ ଭୋଟର ବାଛିବେ ଦେଶର ଆଗାମୀ ରାଷ୍ଟ୍ରପତି।

Also Read  Rajnath visiting Bhuj air force station