ନିଆରା ବିବାହ; ବିନା ବର ଓ ପଣ୍ଡିତରେ ନିଜକୁ ନିଜେ ବାହା ହେଲେ ଗୁଜୁରାଟର କ୍ଷମା ବିନ୍ଦୁ

0
377
kshama-bindu-married-to-her-self

ବରୋଦା: ଗୁଜୁରାଟର ବରୋଦାରେ ଦେଖିବାକୁ ମିଳିଛି ନିଆରା ବିବାହ। ବିନା ବରରେ ହୋଇଛି ବାହାଘର । ଗୁଜରାଟର କ୍ଷମା ବିନ୍ଦୁ ବୁଧବାର ନିଜକୁ ନିଜେ କରିଛନ୍ତି ବିବାହ । କ୍ଷମା ବିନ୍ଦୁ ପୂର୍ବରୁ ଘୋଷଣା କରିଥିଲେ ଯେ ଜୁନ୍ ୧୧ ରେ ତାଙ୍କର ଏହି ବିବାହ ଅନୁଷ୍ଠିତ ହେବ । କିନ୍ତୁ ତାଙ୍କର ଏପରି ବିବାହ ନେଇ ବିବାଦ ସୃଷ୍ଟି ହୋଇଥିଲା । ପଡୋଶୀ ଓ କିଛି ସଂଗଠନ ବିରୋଧ ଏହାକୁ ବିରୋଧ କରିଥିଲେ । ତେଣୁ ବିବାଦ ଏବଂ କୌଣସି ବିଭ୍ରାଟରୁ ବର୍ତ୍ତିବା ପାଇଁ ସେ ନିର୍ଦ୍ଧାରିତ ତାରିଖର ୩ ଦିନ ପୂର୍ବରୁ ନିଜ ସହ ବିବାହ କରିଛନ୍ତି । କ୍ଷମା ଶେଷରେ ନିଜକୁ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି। ବିବାହର ଏହି ଖାସ୍ କାର୍ଯ୍ୟକ୍ରମରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ସମୟରେ ହଳଦୀ, ମେହେନ୍ଦି ବିଧି ମଧ୍ୟ ହୋଇଥିଲା। କ୍ଷମା ସାତଫେରା ନେଇଥିଲେ। ବଡୋଦରାର ଗୋତ୍ରୀରେ ଥିବା ନିଜ ଘରେ କ୍ଷମା ରୀତିନୀତି ଅନୁସାରେ ବିବାହ କରିଥିଲେ। ତେବେ ଏହି ବିବାହରେ ନଥିଲା ବର କି ନଥିଲା ପଣ୍ଡିତ।

କୁହାଯାଉଛି ଯେ, ଏହା ଭାରତର ପ୍ରଥମ ’ସୋଲୋଗାମୀ’ ବା ନିଜକୁ ନିଜେ ବିବାହ କରିବା ଘଟଣା। ନିଜକୁ ନିଜେ ବିବାହ କରିବାକୁ ‘ସୋଲୋଗାମି’ କୁହାଯାଏ ଓ ଏହା ଭାରତରେ ପ୍ରଥମ ଦୃଷ୍ଟାନ୍ତ ବୋଲି କୁହାଯାଇଛି । କ୍ଷମା ପୂର୍ବରୁ ଜୁନ୍ ୧୧ ରେ ତାଙ୍କ ବିବାହ ଯୋଜନା ସମ୍ପର୍କରେ ଘୋଷଣା କରିବା ପରଠୁ ଚର୍ଚ୍ଚାରେ ରହିଥିଲେ । ସେବେଠାରୁ ତାଙ୍କ ଘରକୁ ଲଗାତାର ଲୋକଙ୍କ ଲାଇନ୍ ଲାଗିଥିଲା। କ୍ଷମାଙ୍କ ପଡ଼ୋଶୀମାନେ କିନ୍ତୁ ତାଙ୍କର ଏପରି ବିବାହକୁ ବିରୋଧ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ଷମା କହିଛନ୍ତି ଯେ ସେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ସେ ଭୟ କରୁଥିଲେ ଯେ ଜୁନ୍ ୧୧ରେ କେହି ତାଙ୍କ ଘରକୁ ଆସି ବିବାଦ ସୃଷ୍ଟି କରିପାରନ୍ତି। ତେଣୁ ସେ ବୁଧବାର ନିଜକୁ ନିଜେ ବିବାହ କରିଛନ୍ତି।

Also Read  Bhupendra Patel, New CM of Gujarat, to replace Vijay Rupani