ଓଡିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ‘ଗରୁଡ଼’ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ

0
596
cm-naveen-inaugurate-odishas-first-house-boat-garuda-in-chilika

ଚିଲିକା: ଚିଲିକା ବଡ଼କୁଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ମୋଡ଼ରେ ଲୋକାର୍ପିତ ହେଲା ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ ‘ଗରୁଡ଼’। ଏହି ଲୋକାର୍ପିତ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର,ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଏସପି ଶୁଭେନ୍ଦୁ କଟାରୀୟା, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବ, ଜିଲ୍ଲା ପରିଷଦ ଉପସଭାପତି,ବିକାଶ ଗ୍ରୁପ ଚେୟାରମ୍ୟାନ ଡି ମୁରଲୀ କ୍ରିଷ୍ଣା, ଭି. ଶ୍ରୀନିବାସ, ଗୌତମ ଅଗ୍ରୱାଲ, ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ପର୍ଯ୍ୟଟକଙ୍କ ଖୁସି ଓ ସୁରକ୍ଷାକୁ ପ୍ରଧାନ୍ୟ ଦିଆଯାଇ ସବୁ ପ୍ରକାରର ସୁବିଧା ବୋଟରେ ରହିଛି । ହାଉସ ବୋଟ୍ ରେ ଖୁବ୍ ସୁନ୍ଦର କୋଠରୀ ରହିଛି । ଏଠାରେ ରାତି ରହଣୀ ସହ ଖାଇବାର ବ୍ୟବସ୍ଥା ରହିଛି । ଡବଲ ଇଂଜିନ ବିଶିଷ୍ଟ ବୋଟର ଲମ୍ବା ୧୦୫ ଫୁଟ ଓ ଓସାର ୨୨ ଫୁଟ । ଚିଲିକାର ଜଳବାୟୁ ଓ ପରିବେଶ ଅନୁସାରେ ଏହାର ଡିଜାଇନ କରାଯାଇଛି । ଏକାଥରେ ୬ଟି ଦମ୍ପତିଙ୍କ ପାଇଁ ୨୪ ଘଂଟା ରହଣି ବ୍ୟବସ୍ଥା ରହିଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ୨୫ ହଜାର ଟଙ୍କା ଦେବାକୁ ପଡିବ । ମରାଳ ମାଳିନୀ ନିଳାମ୍ବୁ ଚିଲିକା ଜଳରାଶିରେ ଆରାମ ଦାୟକ ନୌବିହାର ସାଙ୍ଗକୁ ବିଦେଶାଗତ ପକ୍ଷୀ ଓ ଡ଼ଲଫିନ ଦେଖିବାର ମଜାକୁ ଦ୍ୱିଗୁଣିତ କରିବ ଏହି ହାଉସ ବୋଟ ଗରୁଡ଼। ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍ ଏହି ହାଉସ ବୋଟ ନିର୍ମାଣ କରିଛି।

Also Read  କର୍ଣ୍ଣାଟକରେ ତିନୋଟି ଆସନରେ ଜିତିଲା ବିଜେପି, କଂଗ୍ରେସ ଗୋଟିଏ