ପୁଣି ବଢ଼ିଲା ସେଲିବ୍ରିଟି ଦମ୍ପତିଙ୍କ ବିବାଦ, ଅନୁଭବଙ୍କ ନାଁରେ ପୁଣି ଏକ କମ୍ପ୍ଲେନ କେସ କଲେ ବର୍ଷା

0
455
Varsha anubhav-family dispute

କଟକ: ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ପୁଣି ଏକ ନୂଆ ମୋଡ଼। ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ । କଟକ SDJM କୋର୍ଟରେ ରୁଜୁ କଲେ କମ୍ପ୍ଲେନ କେସ । ସୋସିଆଲ ମେଡିଆରେ ଅନୁଭବ ବିଭିନ୍ନ ପୋଷ୍ଟ କରି ବର୍ଷାଙ୍କ ସମ୍ମାନହାନି କରୁଥିବା ଅଭିଯୋଗ ଆଣିଛନ୍ତି ବର୍ଷା। ଏଥିରୁ ତାଙ୍କୁ ନିବୃତ୍ତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଛନ୍ତି।

ନିକଟରେ ଅନୁଭବଙ୍କ ଏକ ପିଟିସନର ଶୁଣାଣି କରି ବର୍ଷା ପ୍ରିୟଦର୍ଶିନୀ ଦୁଇ ମାସ ମଧ୍ୟରେ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ। ପ୍ରତ୍ୟେକ ମାସରେ ଅନୁଭବ ମହାନ୍ତି ୩୦ ହଜାର ଟଙ୍କା ଲେଖାଏଁ ବର୍ଷାଙ୍କୁ ପ୍ରଦାନ କରିବାକୁ ଏସଡ଼ିଜେଏମଙ୍କ ନିର୍ଦ୍ଦେଶ ରହିଛି।

ସେହିପରି ବର୍ଷାଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି କରି କେହି କାହାରି ବିରୋଧରେ ସୋସିଆଲ ମେଡିଆରେ କୌଣସି ପ୍ରକାର ପୋଷ୍ଟ କରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏଭଳି ମାମଲା ଏହି ବହୁ ଚର୍ଚ୍ଚିତ ପାରିବାରିକ ବିବାଦ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Also Read  One more BJDian joins BJP