ସୁପର ସଣ୍ଡେରେ ଆଜି ବାରବାଟୀରେ ସୁପର ଫାଇଟ୍: ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

0
291
IND vs Sauth Africa 3rd t20 today

କଟକ: ଆଜି ବାରବାଟୀରେ ସୁପରସଣ୍ଡେରେ ହେବ ସୁପର ଫାଇଟ୍‌ । ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦ. ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି । ରବିବାର ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ବାରବାଟୀ ଲଢ଼େଇ । ଏଥିପାଇଁ ଜୋରଦାର ଅଭ୍ୟାସ କରିଛନ୍ତି ଦୁଇ ଟିମ । ଦୁଇ ଦଳ ଦୀର୍ଘ ୭ ବର୍ଷ ପରେ ବାରବାଟୀରେ ମୁହାମୁହିଁ ହେବାକୁ ଯାଉଛନ୍ତି । ଦିଲ୍ଲୀରେ ନିରାଶ ପରେ ବାରବାଟୀରେ କମ୍‌ବ୍ୟାକ୍‌ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆର ଅଧିକାଂଶ ବ୍ୟାଟର ଫର୍ମରେ ଥିବା ବେଳେ ବଡ଼ ସ୍କୋର ଆଶା କରାଯାଉଛି ।

ପ୍ରଥମ ମ୍ୟାଚ୍‌ ବୋଲିଂ ଦୁର୍ବଳତା ଯୋଗୁଁ ହାରିଥିବାରୁ, ଏଥର ବୋଲିଂ ଲାଇନ୍‌କୁ ସୁଧାରିବାକୁ ଚେଷ୍ଟା କରିବ ଋଷଭ ପନ୍ତ ଆଣ୍ଡ କୋ । ବାରବାଟୀରେ ମ୍ୟାଚ୍‌ ଜିତି ଦଳ ୧-୧ରେ ସିରିଜ୍‌ ବରାବର କରିବା ଲକ୍ଷ୍ୟରେ ରହିଛି । ଏପଟେ ଦିଲ୍ଲୀ ବିଜୟ ପରେ ଦକ୍ଷିଣ ଆଫ୍ରିକା ଟିମ୍‌ର ମନୋବଳ ଦୃଢ଼ ରହିଛି । ହାଇଭୋଲଟେଜ ମ୍ୟାଚ ଅପେକ୍ଷାରେ ରହିଛନ୍ତି ଫ୍ୟାନ ।

ଏପଟେ ମ୍ୟାଚ୍‌ ପାଇଁ ସୁରକ୍ଷା ବଳୟରେ ବାରବାଟୀ। ଶାନ୍ତିଶୃଙ୍ଖଳାର ସହ ମ୍ୟାଚ୍‌ ଆୟୋଜନ ନେଇ ଗୁରୁତ୍ୱ ଦେଇଛି ଓଡ଼ିଶା ପୋଲିସ। ମ୍ୟାଚ୍‌ ପାଇଁ କଟକରେ ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ। ଖେଳର ସୁପରିଚାଳନା ପାଇଁ ୩ଜଣ ଡିସିପି, ୭ଜଣ ଅତିରିକ୍ତ ଡିସିପି, ୩୨ ଏସିପି ସହ ଅନ୍ୟ ଅଧିକାପରୀଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Also Read  ଆଜି ନୂଆ ଟି -20 ବିଶ୍ୱ ଚାମ୍ପିଅନ୍ ଉପଲବ୍ଧ ହେବ: ଉଭୟ ଦଳ ଏପର୍ଯ୍ୟନ୍ତ ଏହି ଟ୍ରଫି ଜିତି ନାହାଁନ୍ତି