ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ, ଶ୍ରମୀନ୍ଦିରରେ ମହାପ୍ରଭୁଙ୍କର ହେବ ଗୁଆଲି ନୀତି

0
141
champak-dwadas-rituals-in-srimandira

ପୁରୀ: ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ । ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଗୁଆଲି ନୀତି । ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ବେଶ ଆଡମ୍ବରପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହେବ । ପାଲିଙ୍କିରେ ଶ୍ରୀମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ପବିତ୍ର ଚମ୍ପକ ଦ୍ୱାଦଶୀ ଉପଲକ୍ଷେ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠାରୁ ଦଇତାମାନେ ପ୍ରବେଶ କରିଛନ୍ତି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବାରୁ ସକାଳୁ ସକାଳୁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଆଜିଠାରୁ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ୱ ସମୟ ଧରି ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସର ନୀତି, ଶ୍ରୀଗୁଣ୍ଡିଚା ବାହୁଡା, ସୁନାବେଶ ଓ ନୀଳାଦ୍ରିବିଜେ ନୀତି ସମ୍ପାଦନ କରିବେ ଦଇତାପତି ସେବକ। ଦଇତାପତିମାନେ ପ୍ରବେଶ କରିବା ସହ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚାରମାଳ ବନ୍ଧାଯିବ।

ଚଳିତବର୍ଷ କୋଭିଡ ସ୍ଥିତି ନଥିବାରୁ ଭକ୍ତମୟ ପରିବେଶରେ ମହାପ୍ରଭୁ ନଗର ପରିକ୍ରମ କରିବେ । ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କରେ ପ୍ରଥମେ ଶୀନହରକୁ ଆସିବେ । ବନ୍ଦପନା ନୀତି ପରେ ଜମ୍ବେଶର ମହାଦେବଙ୍କ ମନ୍ଦିରକୁ ଯାଇ ପଂଚଗ୍ରାସ ନୀତି ସଂପୂର୍ଣ୍ଣ ହେବ । ସେପଟେ ସ୍ନାନଯାତ୍ରା ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି ।

Also Read  Cheer-up Song for Men’s Hockey World Cup released

LEAVE A REPLY

Please enter your comment!
Please enter your name here