ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ସାଇବର ଠକେଇର ଶିକାର ହେଲେ ଯୁବତୀ

0
350
cyber lootera loots 33 thousand rupees from a woman

ଭୁବନେଶ୍ୱର: ଅଥୟ କଲେଣି ସାଇବର ଠକ । ଯେ କୌଣସି ଉପାୟରେ ଟଙ୍କା ରୋଜଗାର ପାଇଁ ସାଧାରଣ ଲୋକଙ୍କୁ ବିଭିନ୍ନ ଆଳରେ ଲକ୍ଷାଧିକ ଟଙ୍କା ଠକିନେଉଛନ୍ତି ସାଇବର ଲୁଟେରା । ଏହିଭଳି ଏକ ଠକାମିର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ । ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ଯୁବତୀ ହରାଇଲେ ୧୧ହଜାର ଟଙ୍କା । ସାଇବର ଠକେଇର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଉଛନ୍ତି ବାଣୀବିହାର ଅଞ୍ଚଳର।

ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ଯୁବତୀଜଣଙ୍କ ବେନାମୀ ୱେବ୍‌ସାଇଟ୍‌ରେ ଏକ ବିଜ୍ଞାପନ ଦେଖିଥିଲେ। ୫ଶହ ଟଙ୍କା ଦେଇ ନାଁ ପଞ୍ଜିକରଣ କଲେ ଦାମୀ ମୋବାଇଲ୍ ମିଳିବ ବୋଲି ସେଥିରେ ଉଲ୍ଲେଖ ଥିଲା। ଯାହା ଯୁବତୀଜଣଙ୍କ ମନକୁ ପାଇଥିଲା। ଯାହାଫଳରେ ସେଥିରେ ଥିବା ନମ୍ବରକୁ ଯୁବତୀ ଯୋଗାଯୋଗ କରିଥିଲେ।

ଯୋଗାଯୋଗ କରିବା ପରେ ସାଇବର ଠକ ତାଙ୍କୁ ମୋବାଇଲ୍ ପାଇବା ପାଇଁ ହେଲେ ପ୍ରଥମେ ୫ଶହ ଦେଇ ପଞ୍ଜିକରଣ କରିବାକୁ ପଡିବ ବୋଲି କହିଥିଲା। ଠକର କଥା ଶୁଣି ଯୁବତୀ ଉକ୍ତ ସାଇଟ୍‌ରେ ନିଜ ନାମ ମଧ୍ଯ ପଞ୍ଜିକରଣ କରିଥିଲେ। ପରେ ସାଇବର ଠକ ତାଙ୍କୁ ୧୫୦୦ ଟଙ୍କା ମାଗିଥିଲା। ୧୫୦୦ ଟଙ୍କା ଦେବା ପରେ ମଧ୍ୟ ଯୁବତୀ ମୋବାଇଲ୍ ପାଇ ନଥିଲେ।

Also Read  Odisha Reports 316 New Covid-19 Cases; 4237 Active Cases