ଖ୍ୟାତନାମା ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ

0
410
fashion-designer-prathyusha-garimella-was-found-dead-at-her-residence

ହାଇଦ୍ରାବାଦ: ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତ ଦେହ। ଶନିବାର ହାଇଦ୍ରାବାଦ ସ୍ଥିତ ବଞ୍ଜାରା ହିଲ୍ସ ଆପାର୍ଟମେଣ୍ଟ ଫ୍ଲାଟର ବାଥରୁମ୍‌ରୁ ଟଲିଉଡର ଫେମସ ଫ୍ୟାଶନ ଡିଜାଇନର୍‌ ପ୍ରତ୍ୟୁଷା ଗରିମେଲ୍ଲାଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଛି। ବଲିଉଡ୍‌ର ଟପ୍‌ ଡିଜାଇନରଙ୍କ ମଧ୍ୟରୁ ଜଣେ ଥିଲେ ପ୍ରତ୍ୟୁଷା ଗରିମେଲା। ହଠାତ୍‌ ତାଙ୍କର ଏଭଳି ଅସ୍ୱାଭାବିକ ମୃତ୍ୟୁ ଫ୍ୟାଶନ ଜଗତ ସମେତ ତାଙ୍କ ପରିଚିତ ଲୋକଙ୍କୁ ଝଟ୍‌କା ଦେଇଛି। ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପଛର କାରଣ କ’ଣ ତାହା ପୋଲିସ ଖୋଜୁଥିବା କହିଛି। ତେବେ ପ୍ରତ୍ୟୁଷାଙ୍କ ବେଡ୍‌ରୁମରୁ କାର୍ବନ ମୋନୋଅକ୍ସାଇଡ ମଧ୍ୟ ମିଳିଥିବା ପୁଲିସ କହିଛି। ଏକ ଫରେନ୍ସିକ ଟିମ୍‌ ତଦନ୍ତ ଜାରି ରଖିଛି।

ପୋଲିସର ସୂଚନାନୁସାରେ, ଘରର ସମସ୍ତ ଆସବାବ ପତ୍ର ଯଥା ସ୍ଥାନରେ ରହିଛନ୍ତି। କୌଣସି ସାମଗ୍ରୀକୁ କେହି କିଛି ବି ଏପଟ ସେପଟ କରି ନାହାନ୍ତି। ଏଣୁ ଏହା ଚୋରି କିମ୍ବା ଡକାୟତି ଉଦ୍ଦେଶ୍ୟରେ କରାଯାଇଥିବା ଘଟଣା ନୁହେଁ। ତେବେ ପ୍ରତ୍ୟୁଷାଙ୍କ ମୃତ୍ୟୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଘରର କବାଟ ଭାଙ୍ଗି ଭିତରେ ପ୍ରବେଶ କରିଥିଲା। ପୋଲିସ ପହଞ୍ଚିବା ବେଳକୁ ପ୍ରତ୍ୟୁଷା ଘରେ ତଳେ ପଡ଼ିଥିଲେ। ତୁରନ୍ତ ପୋଲିସ ତାଙ୍କୁ ହସ୍ପିଟାଲ ପଠାଇଥିଲା। କିନ୍ତୁ ବହୁ ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ତେବେ ପ୍ରତ୍ୟୁଷାଙ୍କ ମୃତ୍ୟୁ କେମିତି ହେଲା ପୋଲିସ ଏବେ ତାହାର କାରଣ ଖୋଜୁଛି।

Also Read  J-K: Earthquake of magnitude 2.7 hits Kishtwar