ଆସାମରେ ବନ୍ୟାର ତାଣ୍ଡବ: ୨୫ ଜିଲ୍ଲାରେ ୧୧ ଲକ୍ଷ ଲୋକ ପ୍ରଭାବିତ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

0
628
flood-situation-critical in-assam

ଗୌହାଟୀ: ଆସାମରେ ବର୍ଷା ଯୋଗୁ ଅନେକ ଗାଁ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ଯୋଗୁ ଶହଶହ ଗାଁ ପାଣି ଘେରରେ ଫଶିଛନ୍ତି। ବର୍ଷା ଓ ବନ୍ୟାରେ ଲୋକଙ୍କ ସ୍ୱଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଜାରି ବର୍ଷା ଯୋଗୁ ସହରାଞ୍ଚଳର ତଳି ଅଞ୍ଚଳ ପାଣିରେ ବୁଡି ଯାଇଛି। ଜାରି ମୁଶଳଧାର ବର୍ଷା ଯୋଗୁ ଆସାମର ୨୫ ଜିଲ୍ଲା ପ୍ରଭାବିତ ହୋଇଛି। ଏଥିରେ ନବଗଠିତ ବାଜାଲୀ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ୧୧ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଥିବା ବେଳେ କିଛି ଜିଲ୍ଲାର ସ୍ଥିତି ପୂରା ସାଂଘାତିକ ସ୍ତରେ ପହଞ୍ଚିଛି । ବ୍ରହ୍ମପୁତ୍ର, ଗୌରାଙ୍ଗ, କୋପିଲି,ମାନଓ ଏବଂ ପଗଲଡିଆ ନଦୀରେ ଜଳସ୍ତର ବଢିବାପରେ ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ଆସାମ ସରକାରଙ୍କ ତଥ୍ୟ ଅନୁସାରେ ୭୨ ରାଜସ୍ୱ ମଣ୍ଡଳ ଅନ୍ତର୍ଗତ ୧ହଜାର ୫୧୦ଟି ଗ୍ରାମ ଜଳମଗ୍ନ ହୋଇଯାଇଛି। ପ୍ରଭାବିତ ଜିଲ୍ଲାମାନଙ୍କରେ ପ୍ରଶାସନ ଲୋକଙ୍କୁ ସେମାନଙ୍କ ଘରେ ରହିବାକୁ ନିବେଦନ କରିଛନ୍ତି। ସେପରି କୌଣସି ପରିସ୍ଥିତି ନ ପଡିଲେ ଲୋକଙ୍କୁ ବାହାରକୁ ବାହାରିବାକୁ ମନା କରାଯାଇଛି।

Also Read  ଗାଁ ଦାଣ୍ଡରେ ଶ୍ୱଶୁରକୁ ଟାଙ୍ଗିଆରେ ଅତି ବୀଭତ୍ସ ଭାବେ ହତ୍ୟା କଲା ଜହ୍ଲାଦ ଜ୍ୱାଇଁ