ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀ

0
664
Sai Pallavi in problem for her controversial remarks

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ନିଜର ଅନ୍ଦାଜ ପାଇଁ ବେଶ୍‌ ଚର୍ଚ୍ଚିତ। କିନ୍ତୁ ନିକଟରେ ଫିଲ୍ମ ବିରାଟ ପର୍ବମର ପ୍ରମୋସନ ସମୟରେ ସାଇ ଏମିତି କିଛି କହିଦେଇଛନ୍ତି, ଯାହା ପାଇଁ ବିବାଦରେ ଫସିଯାଇଛନ୍ତି। ସାଇ ବଲିଉଡ ଫିଲ୍ମ କାଶ୍ମୀର ପଣ୍ଡିତ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସାଇ ପଲ୍ଲବୀ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ଗାଈ ପାଇଁ ହେଉଥିବା ଭିଡ଼ ହିଂସା ଓ କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟାକୁ ସମାନ ବୋଲି କହିଥିଲେ। ଏହାପରେ ବିବାଦ ଉପୁଜିଥିଲା। ଆଜି ତାଙ୍କ ବିରୋଧରେ ବଜରଙ୍ଗ ଦଳର ନେତା ହାଇଦ୍ରାବାଦର ସୁଲତାନ ବଜାର ଥାନାରେ ମାମଲା ରୁଜୁ କରିଛନ୍ତି।

ସାକ୍ଷାତକାରରେ ସାଇ ପଲ୍ଲବୀ କହିଥିଲେ “ମୁଁ ନିରପେକ୍ଷ ପରିବେଶରେ ବଡ ହୋଇଛି। ମୁଁ ବାମ ପନ୍ଥୀ ଓ ଦକ୍ଷିଣ ପନ୍ଥୀ ବିଷୟରେ ଅନେକ ଶୁଣିଛି। ହେଲେ କିଏ ଠିକ୍ କିଏ ଭୁଲ ମୁଁ କହିପାରିବି ନାହିଁ।”

କାଶ୍ମୀର ଫାଇଲ୍ ଫି୍ଲ୍ମକୁ ଉଦାହରଣ ଦେଇ ସେ କହିଥିଲେ ” ଦି କାଶ୍ମୀର ଫାଇଲ ଫିଲ୍ମରେ ଦେଖାଯାଇଛି ଯେ, କାଶ୍ମୀର ପଣ୍ଡିତଙ୍କୁ କିଭଳି ହତ୍ୟା କରାଯାଇଛି। ସେହିପରି କିଛି ସମୟ ପୂର୍ବରୁ ଜଣେ ମୁସଲମାନ ଲୋକ ଗାଈ ନେଇଯାଉଥିବା ଅଭିଯୋଗରେ ତାକୁ ନିର୍ମମ ଭାବରେ ପିଟାମରା କରି ତାଙ୍କୁ ଜୟ ଶ୍ରୀ ରାମ ନାରା ଲଗାଇବାକୁ କୁହାଯାଇଥିଲା। ଇଏ ବି ଧର୍ମ ନାଁରେ ହିଂସା। ଏହି ଦୁଇ ଘଟଣାର କଣ ପ୍ରଭେଦ ରହିଛି ?”

ସାଇ ପଲ୍ଲବୀଙ୍କ ଏହି ସାକ୍ଷାତକାର ଭିଡିଓ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଇଙ୍କ ଏପରି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କମେଣ୍ଟ ଦେଖିବାକୁ ମିଳିଛି।

Also Read  ୭ରୁ ଖୋଲିବ ସ୍କୁଲ-କଲେଜ : ୧୪ରୁ ପ୍ରଥମରୁ ସପ୍ତମ ପାଠପଢ଼ା