ରକ୍ତରଞ୍ଜିତ ହେଲା ରାଜଧାନୀ; ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ହଣାକଟା, ଦୁଇ ବସ୍‌ କର୍ମଚାରୀ ଆହତ

0
489
Odisha Private Bus Owners Demand To Engage Private Buses Plying In The State In LAccMI Scheme
Odisha Private Bus Owners Demand To Engage Private Buses Plying In The State In LAccMI Scheme

ଭୁବନେଶ୍ୱର: ପୁଣିଥରେ ରକ୍ତରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ବରମୁଣ୍ଡା ବସଷ୍ଟାଣ୍ଡରେ ଘଟିଛି ଭୟାବହ ହଣାକଟା । ବରମୁଣ୍ଡା ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ରକ୍ତାକ୍ତ କଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡ଼ୁ ହୋଇ ବସଷ୍ଟାଣ୍ଡ ସାରା ଦୌଡିଲେ ଡ୍ରାଇଭର ଓ କଣ୍ଡକ୍ଟର । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ ।

ଦୁଇ ବସ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ସକାଳ ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବସ୍‌ ଆଗ ପଛ ଯିବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ପ୍ରଥମେ ଗଣ୍ଡଗୋଳ ଆଉ ପରେ ହଣାକଟା ପର୍ଯ୍ୟନ୍ତ କଥାଗଲା । ଅନ୍ୟ ଏକ ବସର କର୍ମଚାରୀ ମାନେ ଧାରୁଆ ଅସ୍ତ୍ରରେ ହାଣିଥିବା ସୂଚନା ମିଳିଛି । ଏହି ହଣାକଟାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି ।

Also Read  Protests rise as Liquor shops find difficulties in relocating