ଉଡ଼ାଣ ଭରିବାର କିଛି ସମୟ ପରେ ସ୍ପାଇସ୍‌ ଜେଟ୍‌ ବିମାନରେ ଲାଗିଲା ନିଆଁ, ପାଟନା ବିମାନ ବନ୍ଦରରେ କଲା ଜରୁରିକାଳୀନ ଅବତରଣ

0
467
spicejet-flight-makes-emergency-landing-after-wing-catches-fire

ପାଟନା: ସ୍ପାଇସ୍‌ ଜେଟ୍‌ ବିମାନ ଇଞ୍ଜିନରେ ନିଆଁ। ଉଡ଼ାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ବିମାନରେ ଲାଗିଲା ନିଆଁ। ଇଞ୍ଜିନରେ ନିଆଁ ଲାଗିବା ସୂଚନା ମିଳିବା ପରେ ବିମାନଟି ପୁଣି ପାଟନା ବିମାନ ବନ୍ଦରକୁ ଫେରି ଜରୁରୀ ଅବତରଣ କରିଛି । ବିମାନରେ ମୋଟ ୧୮୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ବିମାନକୁ ପାଟନା ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଥିଛି । ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ଦିଆଯାଇଛି ।

ପାଟନା ଡିଏମ କହିଛନ୍ତି ଯେ ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସ୍ଥାନୀୟ ଲୋକ ଏହି ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ। ଯାହା ପରେ ପ୍ରଶାସନ ବିମାନବନ୍ଦର ଅଧିକାରୀଙ୍କୁ ସତର୍କ କରାଇଥିଲା। କେଉଁ କାରଣରୁ ବିମାନରେ ନିଆଁ ଲାଗିଲା ତାହା ତଦନ୍ତ ପରେ ଜଣାପଡିବ। ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥାଇପାରେ ବୋଲି ପାଟନା ଡିଏମ୍‌ କହିଛନ୍ତି।

Also Read  ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୧୧୪ ପୌରସଂସ୍ଥା ଏବଂ ୩୩ ଆଇଟିଆଇ ମଧ୍ୟରେ ଏମଓୟୁ