ଲିକ୍‌ ହେଲା ରଣବୀରଙ୍କ ‘ଶମଶେରା’ ଲୁକ୍‌

0
524

ବଲିଉଡ ଅଭିନେତା ରଣବୀର କପୁର ଏବେ ଅପକମିଂ ଫିଲ୍ମ ‘ଶମଶେରା’କୁ ନେଇ ବ୍ୟସ୍ତ ରହିଛନ୍ତି। ଗୋଟିଏ ପରେ ଗୋଟିଏ ବଡ ପ୍ରୋଜେକ୍ଟ ସାଇନ୍ କରୁଛନ୍ତି ରଣବୀର । ନିକଟରେ ରଣବୀରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ରିଲିଜ୍ ହୋଇଥିଲା। ଏହା ମଧ୍ୟରେ ଅପ୍‌କମିଂ ଫିଲ୍ମ ‘ଶମଶେରା’ରେ ରଣବୀରଙ୍କ ଲୁକ୍‌ ଭାଇରଲ ହୋଇଛନ୍ତି। ଯାହାକୁ ଦେଖିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢିଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପୋଷ୍ଟର ଅଫିସିଆଲି ଭାବେ ରିଲିଜ୍ ହୋଇନାହିଁ। ଫିଲ୍ମର ପୋଷ୍ଟର ଲିକ୍ ହୋଇଛି କିମ୍ବା ଏହା ଫ୍ୟାନ୍ ମେଡ୍‌ ଦ୍ୱାରା ହୋଇଛି ବୋଲି ବିଶ୍ୱାସ କରାଯାଉଛି। ଖାଲି ସେତିକି ନୁହେଁ, ଶମଶେରାରେ ରଣବୀରଙ୍କ ଏହି ଲୁକ୍ ଦେଖି ୟୁଜର୍ସମାନେ ଫିଲ୍ମକୁ ଟ୍ରୋଲ କରୁଛନ୍ତି।

ଖବର ଅନୁଯାୟୀ, ରଣବୀର କପୁରଙ୍କ ଫିଲ୍ମ ଶମଶେରା ଜୁଲାଇ ୨୨ରେ ରିଲିଜ ହେବ। ତାଙ୍କ ବ୍ୟତୀତ ବାଣୀ କପୁର, ସଞ୍ଜୟ ଦତ୍ତ, ରୋନିତ ରୟ, ସୌରଭ ଶୁକ୍ଲା, ଆଶୁତୋଷ ରାଣା ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ପୋଷ୍ଟର ଦେଖି ପ୍ରଶଂସକମାନେ ରଣବୀର କପୁରଙ୍କୁ ପ୍ରଶଂସା କରୁଥିବା ବେଳେ ଅନେକ ୟୁଜର୍ସର ଟ୍ରୋଲ କରୁଛନ୍ତି। ଭାଇରଲ୍ ହେଉଥିବା ଏହି ପୋଷ୍ଟର ସହିତ ଅନେକ ମିମ ମଧ୍ୟ ସେୟାର କରାଯାଉଛି । କିନ୍ତୁ ଲିକ୍‌ ହେଇଥିବା ପୋଷ୍ଟରରେ ରଣବୀରଙ୍କ ଦମଦାର ଲୁକ୍‌ ଦେଖିବାକୁ ମିଳିଛି। ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ।

Also Read  Arjun Kapoor falls sick ahead of IIFA