ପାରିବାରିକ କଳହର କରୁଣ ପରିଣତି: ବୋହୂର କାଠଫାଳିଆ ମାଡ଼ରେ ଶ୍ୱଶୁର ମୃତ

0
334
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ଆସିକା: ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ। ବୋହୂର କାଠଫାଳିଆ ମାଡ଼ରେ ଶ୍ୱଶୁର ମୃତ । ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ପଲ୍ଲୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀମାଞ୍ଚଳ ନାୟକ। ତାଙ୍କ ବୋହୂ ସୁଲତା ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୁଲତା ସୀମାଞ୍ଚଳଙ୍କର ବଡ଼ ପୁଅର ସ୍ତ୍ରୀ ଅଟନ୍ତି।

ସୂଚନା ଅନୁସାରେ, ସୀମାଞ୍ଚଳଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। ସମସ୍ତେ ବାହାରେ ରାଜ୍ୟରେ କାମ କରୁଛନ୍ତି। ସୀମାଞ୍ଚଳ ତାଙ୍କ ବୋହୂ ସୁଲତା ଓ ନାତୁଣୀ ସହ ଗାଁରେ ରହୁଥିଲେ। କିନ୍ତୁ ସବୁବେଳେ ଶ୍ୱଶୁର-ବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। କୌଣସି କଥାକୁ ନେଇ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ସୁଲତା ଏକ କାଠ ଫାଳିଆରେ ସୀମାଞ୍ଚଳଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ସୀମାଞ୍ଚଳଙ୍କର ମୃତ୍ୟୁ ଘଟିଥିଲା।

Also Read  Fifth Phase polls: BJD 70, BJP 57 and Congress 15