ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପୁରୀରେ ASI ଟିମ୍, ଖନନ କାମର କରୁଛନ୍ତି ଅନୁଧ୍ୟାନ

0
226
champak-dwadas-rituals-in-srimandira

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଖନନ କାମର ଅନୁଧ୍ୟାନ କରିବା ପାଇଁ ପୁରୀରେ ପହଞ୍ଚିଛି ଏଏସଆଇ ଟିମ୍ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏ.ଏସ.ଆଇର୍ ଆଞ୍ଚଳିକ ନିର୍ଦ୍ଦେଶକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ପହଞ୍ଚିଛି । ଏମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଚାଲିଥିବା ଖନନ ଓ ନିର୍ମାଣ କାମର ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା କମ୍ପାନୀ ଟାଟା ଜରିଆରେ ମେଘନାଦ ପାଚେରୀଠାରୁ ୧୦୦ ମିଟର ନିଷିଦ୍ଧ ଅଂଚଳ ଭିତରେ ଖନନ କାମ ଚାଲିଛି । ଏହି ଟିମ୍ ପ୍ରକଳ୍ପ କାମର ଅନୁଧ୍ୟାନ କରିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡିଶା ସେତୁ ଓ ନିର୍ମାଣ ନିଗମ, ଟାଟା ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଆଲୋଚନା କରିବ ।

ଟିମର ସଦସ୍ୟମାନେ ନିର୍ମାଣ କରାଯାଇଥିବା ପିଲର ଓ ତା’ର ମୋଟେଇ ଉଚ୍ଚତା, ଗଭୀରତା ତଥା ଏଥିରେ ବ୍ୟବହୃତ ସାମଗ୍ରୀ ଯାଞ୍ଚ କରିଛନ୍ତି । କରାଯାଇଥିବା ସମସ୍ତ ଯାଞ୍ଚ ପ୍ରକ୍ରିୟାର ଲିଖିତ ଭାବେ ସଂଗ୍ରହ କରାଯାଇଥିବା ବେଳେ ମେସିନ ମାଧ୍ୟମରେ ଯାଞ୍ଚ କରିଥିବା ପରିଲିକ୍ଷିତ ହୋଇଛି । ଟିମ୍, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଭକ୍ତ ନିବାସରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ତେବେ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବାକୁ ଥିବାରୁ ଅନୁଧ୍ୟାନ ସମ୍ପର୍କରେ ଅଧିକ କିଛି ସୂଚନା ଦେଇନାହାଁନ୍ତି ASI ଅଧିକାରୀ । ଆଗାମୀ ୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ରହିଛି । ଏହା ପୂର୍ବରୁ ଆଜି ଏଏସଆଇ ପ୍ରକଳ୍ପ କାମରୁ ଅନୁଧ୍ୟାନ କରି ୭ ତାରିଖ ସୁଦ୍ଧା ହାଇକୋର୍ଟରେ ରିପୋର୍ଟ ଦେବେ । ପ୍ରକଳ୍ପ ତିଆରି ହେବା ଯୋଗୁଁ ମନ୍ଦିର ଉପରେ ବିପଦ ରହିଛି କି ନାହିଁ ହାଇକୋର୍ଟରେ ଉତର ଦାଖଲ କରିବେ ଏଏସଆଇ ।

Also Read  ହସ୍ପିଟାଲ ବେଡରେ ସାମ୍ବାଦିକଙ୍କ ପାଦରେ ବେଡି ବାନ୍ଧିଲା ପୋଲିସ

LEAVE A REPLY

Please enter your comment!
Please enter your name here