ପୁଣି ବଢିଲା ରନ୍ଧନ ଗ୍ୟାସ ଦର, ସିଲିଣ୍ଡର ପିଛା ୧୦୪ ଟଙ୍କା ବୃଦ୍ଧି

0
524
LPG Cylinder Price Hike

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ। ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର । ପ୍ରତି ସିଲିଣ୍ଡର ପିଛା ୧୦୪ ଟଙ୍କା ଯାଏଁ ବଢ଼ିଲା ଦାମ୍‌। ତେବେ ଏହି ଦର ବୃଦ୍ଧି ଘରୋଇ ଗ୍ୟାସ୍‌ ସିଲିଣ୍ଡର ଉପରେ ନୁହେଁ କମର୍ସିଆଲ ଏଲପିଜି ସିଲିଣ୍ଡର ଉପରେ ଘଟିଛି। ଘରୋଇ ସିଲିଣ୍ଡର ଦାମ୍‌ ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନାହିଁ।

କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡର ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡର ପିଛା ୨,୩୩୫ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୨,୪୫୫ ଟଙ୍କାରେ ପହଞ୍ଚିଛି। ସେପଟେ ମୁମ୍ବାଇରେ ମଧ୍ୟ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ବୃଦ୍ଧି ପାଇଛି। ଏଠାରେ ୧୯ କେଜି ସିଲିଣ୍ଡର ପିଛା ୨,୩୦୭ଟଙ୍କା ଦେବାକୁ ପଡିବ। ସେହିପରି ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦାମ ୨,୫୦୮ଟଙ୍କାରେ ପହଞ୍ଚିଛି।

Also Read  PM Modi Departs For Russia to Attend BRICS Summit