ରାଷ୍ଟ୍ରପତି ନିର୍ବାଚନ: ବିରୋଧୀଙ୍କୁ ପୁଣି ଝଟକା, ଶରଦ ଓ ଫାରୁକଙ୍କ ପରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାକଲେ ଗୋପାଳକୃଷ୍ଣ ଗାନ୍ଧୀ

0
339
gopalakrishna-gandhi-refused-opposition-candidate-for-presidential-election

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ବିରୋଧୀଙ୍କୁ ପୁଣି ଏକ ଝଟକା ଲାଗିଛି । ଜଣେ ପରେ ଜଣେ ନେତା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଅମଙ୍ଗ ହେବା, ବିରୋଧୀଙ୍କୁ ଚିନ୍ତାରେ ପକାଇଛି। ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀ ନେତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଏମିତି ପ୍ରାର୍ଥୀ ଦିଆଯାଉ ଯାହାଙ୍କୁ ଜାତୀୟ ସ୍ଥରରେ ସହମତି ଓ ବିରୋଧୀଙ୍କ ଏକତା ଶୁନିଶ୍ଚିତ ରହିଥିବ। ପୂର୍ବରୁ ଶରଦ ପାୱାର ଓ ଫାରୁକ ଅବଦୁଲା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ବୋଲି ମନା କରିଦେଇଥିଲୋ।

ଏକ ବିବୃତିରେ ଗାନ୍ଧୀ କହିଛନ୍ତି ଯେ ବିରୋଧୀ ଦଳର ଅନେକ ସମ୍ମାନିତ ନେତା ରାଷ୍ଟ୍ରପତି ପଦ ପାଇଁ ଆଗାମୀ ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ହେବା ଲାଗି ଅନୁରୋଧ କରିବା ତାଙ୍କୁ ସମ୍ମାନିତ ଓ ଗୌରବାନ୍ଵିତ କରିଛି। ‘ମୁଁ ସେମାନଙ୍କ ପ୍ରତି କୃତଜ୍ଞ। କିନ୍ତୁ ଏହି ପ୍ରସଙ୍ଗକୁ ଗଭୀର ଭାବରେ ବିଚାର କରି ମୁଁ ଦେଖୁଛି ଯେ ବିରୋଧୀ ଦଳର ପ୍ରାର୍ଥୀ ଏପରି ଜଣେ ବ୍ୟକ୍ତି ହେବା ଉଚିତ ଯିଏ ବିରୋଧୀ ଏକତା ବ୍ୟତୀତ ଏକ ଜାତୀୟ ସହମତି ଏବଂ ଜାତୀୟ ବାତାବରଣ ସୃଷ୍ଟି କରିବେ। ମୁଁ ଅନୁଭବ କରୁଛି ଯେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ମୋ ଅପେକ୍ଷା ଏହା ବହୁତ ଭଲ କରିବେ। ତେଣୁ ମୁଁ ବିରୋଧୀଦଳର ନେତାମାନଙ୍କୁ ଅନୁରୋଧ କରିଛି ଯେ ଏପରି ବ୍ୟକ୍ତିଙ୍କୁ ସୁଯୋଗ ଦିଅନ୍ତୁ ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆମର ପ୍ରଥମ ରାଷ୍ଟ୍ରପତି ଭାବରେ ଉଦଘାଟନ କରିଥିବା କାର୍ଯ୍ୟାଳୟ ପାଇଁ ଜଣେ ଯୋଗ୍ୟ ରାଷ୍ଟ୍ରପତି ପାଆନ୍ତୁ ।

Also Read  India leading fight against climate change: Bhupender Yadav