ରାଷ୍ଟ୍ରପତି ନିର୍ବାଚନ: ଯଶଓ୍ବନ୍ତ ସିହ୍ନା ହୋଇପାରନ୍ତି ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ

0
330
Yashwant Sinha to be Opposition's presidential candidate

ନୂଆଦିଲ୍ଲୀ: ଯଶବନ୍ତ ସିହ୍ନା ହେବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ପ୍ରସ୍ତାବ ଦେଇଥିବା ବେଳେ ୧୯ ଦଳ ଏଥିରେ ସହମତି ପ୍ରକାଶ କରିଛନ୍ତି । ଦେଶର ନୂଆ ରାଷ୍ଟ୍ରପତି ପାଇଁ ନିର୍ବାଚନ ଜୁଲାଇ ୧୮ ରେ ଅନୁଷ୍ଠିତ ହେବ । ତେବେ ସମସ୍ତଙ୍କ ନଜର ଏବେ ଶାସକ ଏନଡିଏ ଓ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ରହିଛି। ସୂଚନା ଅନୁଯାୟୀ ଯଶଓ୍ବନ୍ତ ସିହ୍ନା ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନ ପାଇଁ ଆଜି ଦିଲ୍ଲୀରେ ହେବାକୁ ଥିବା ବିରୋଧୀ ଦଳଙ୍କ ବୈଠକରେ ଯଶଓ୍ବନ୍ତ ସିହ୍ନା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ବୈଠକରେ ଯୋଗଦେବା ପୂର୍ବରୁ ଯଶଓ୍ବନ୍ତ ସିହ୍ନା ଟ୍ୱିଟ୍ କରି କହିଛନ୍ତି ଯେ ଟିଏମସିରେ ମୋତେ ମିଳିଥିବା ସମ୍ମାନ ଏବଂ ପ୍ରତିଷ୍ଠା ପାଇଁ ମୁଁ ମମତା ବାନାର୍ଜୀଙ୍କୁ କୃତଜ୍ଞତା ଜଣାଉଛି। ଦେଶର ବୃହତ୍ତର ସ୍ବାର୍ଥ ପାଇଁ କାମ କରିବାକୁ ବର୍ତ୍ତମାନ ସମୟ ଆସିଛି । ଦଳ ବ୍ୟତୀତ ବିରୋଧୀ ଦଳମାନଙ୍କ ଏକତା ପାଇଁ ମୋତେ କାର୍ଯ୍ୟ କରିବାକୁ ପଡ଼ିବ | ମୁଁ ନିଶ୍ଚିତ ଯେ ଦଳ ମୋର ପଦକ୍ଷେପ ଗ୍ରହଣ କରିବ।

ଆଜି ହେବାକୁ ଥିବା ବିରୋଧୀ ଦଳ ବୈଠକରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବରେ ଟିଏମସି ଯଶଓ୍ବନ୍ତ ସିହ୍ନାଙ୍କ ନାମ ପ୍ରସ୍ତାବ ଦେବ। ସୂଚନା ଅନୁଯାୟୀ, ତୃଣମୂଳ କଂଗ୍ରେସର ବରିଷ୍ଠ ନେତାମାନେ ଏହି ବିଷୟରେ ଆଲୋଚନା କରିବା ପରେ ସିହ୍ନା ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି।

ଅନ୍ୟପକ୍ଷରେ, ଯଶୱନ୍ତ ସିହ୍ନା ବୈଠକ ପୂର୍ବରୁ ଏକ ଟୁଇଟରେ ବଡ ଜାତୀୟ କାରଣରୁ ପାର୍ଟି କାମରୁ ଓହରିଯିବାକୁ ଘୋଷଣା କରିଛନ୍ତି। ଏହା ସହ ସେ ଦଳରୁ ଇସ୍ତଫା ଦେଇଛନ୍ତି।

ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଶରଦ ପାୱାର, ଫାରୁକ୍ ଅବଦୁଲ୍ଲା ଏବଂ ଗୋପାଳ କୃଷ୍ଣ ଗାନ୍ଧୀ ବିରୋଧୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମ ପରାମର୍ଶ ଦେଇଥିବାରୁ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳ କୃଷ୍ଣ ଗାନ୍ଧୀ ସୋମବାର ବିରୋଧୀ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇ ​ ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରି ଯାଇଥିଲେ । ଏପରି ପରିସ୍ଥିତିରେ ବର୍ତ୍ତମାନ ବିରୋଧୀ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିବାକୁ ସଜବାଜ ହେଉଛନ୍ତି ।

Also Read  RaGa to go it alone in Lok Sabha on Adani