ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ୨୫୦ ମୃତ

0
1283

କାବୁଲ: ଭୂକମ୍ପରେ ଥରିଲା ଆଫଗାନିସ୍ତାନ। ରିକ୍ଟର ସ୍କେଲରେ ତ୍ରୀବତା ୬.୧ ରେକର୍ଡ । ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ଅଥିରେ ୨୫୦ ଜଣଙ୍କ ଜୀବନ ଯାଇଛି । ତେବେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଏହା ବ୍ୟତୀତ ପ୍ରାୟ ୧୫୦ ଲୋକ ଗୁରୁତର ଆହତ ହୋଇଛନ୍ତି।

ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୋସ୍ତ ସହରଠାରୁ ପ୍ରାୟ ୪୪ କିଲୋମିଟର ଦୂରରେ ରହିଛି। ଏହି ଭୂକମ୍ପର ତ୍ରୀବତା ଏତେ ଶକ୍ତିଶାଳୀ ରହିଥିଲା ଯେ ପଡୋଶୀ ପାକିସ୍ତାନର ଲାହୋର, ମୁଲତାନ ଲୋକମାନେ ମଧ୍ୟ ଝଟ୍‌କା ଅନୁଭବ କରିଥିଲେ। ଏମିତିକ ଭାରତରେ ମଧ୍ୟ ଭୂମ୍ପନ ଅନୁଭୂତ ହେବାର ଖବର ସାମ୍ନାକୁ ଆସିଛି।

ଏହା ପୂର୍ବରୁ ମଙ୍ଗଳବାର ପାକିସ୍ତାନରେ ଭୂକମ୍ପ ଝଟ୍‌କା ଲାଗିଥିଲା।ସେଠାରେ ରାତି ପ୍ରାୟ ୨ ଟା ସମୟରେ ୬.୧ ତ୍ରୀବତାର ଭୂକମ୍ପ ଆସିଥିଲା। ହେଲେ କୌଣସି କ୍ଷୟକ୍ଷତି ଘଟିନଥିଲା। ଏହା ବ୍ୟତିତ ବିଳମ୍ୱିତ ରାତିରେ ମାଲେସିଆରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ସେଠାରେ ଭୂକମ୍ପର ତ୍ରୀବତା ରହିଥିଲା ୫.୧।

Also Read  ବିଜେଡିର ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆରଡିସି ଅଫିସ୍ ଘେରାଉ