ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର SDJM ଙ୍କ ମୃତ୍ୟୁ

0
383
rairangpur-sdjm-dies-in-road-accident

କରଞ୍ଜିଆ: ୪୯ ନମ୍ବର ଜାତୀୟ ରାଜପଥର ଯଶିପୁର ଥାନାର ଚାଇଁନେବଦା ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ରାଇରଙ୍ଗପୁରର SDJM ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନ ସମୟରେ କାର ଯୋଗେ ଏସଡିଜେଏମ ଏବଂ ତାଙ୍କ ସ୍ୱାମୀ ଘରକୁ ଯାଉଥିବା ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆସନ୍ତାକାଲି ରଥଯାତ୍ରା ଥିବାରୁ ରାଇରଙ୍ଗପୁରର SDJM ସ୍ମରଣିକା ପ୍ରଧାନ ଆଜି ସ୍ୱାମୀଙ୍କ ସହିତ ଘରକୁ ଯାଉଥିଲେ। କାର୍‌ଟି ୪୯ ନମ୍ବର ଜାତୀୟ ରାଜପଥର ଚାଇଁନେବଦା ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଏସ୍‌ଡିଜେଏମ୍‌ ଶ୍ରୀମତୀ ପ୍ରଧାନ ଓ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଏସ୍‌ଡିଜେଏମ୍‌ ଶ୍ରୀମତୀ ପ୍ରଧାନଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଇରଙ୍ଗପୁର ତଥା କରଂଜିଆରେ ଶୋକର ଛାୟା ଖେଳିଯାଇଛି।

Also Read  Dy CM Parida accuses BJD of misusing tourism funds, takes veiled jibe at VK Pandian