ରାଜଧାନୀକୁ ପୁଣି ଫେରିଲା କରୋନା କଟକଣା, ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି

0
142
masks-mandatory-in-bhubaneswar

ଭୁବନେଶ୍ୱର: ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ । ଧୀରେ ଧୀରେ ରାଜ୍ୟରେ ବଢୁଛି ମହାମାରୀ କରୋନା ସଂକ୍ରମଣ । ବିଏମସିର ଆଗୁଆ ପଦକ୍ଷେପ । ପୁଣି ରାଜଧାନୀରେ ମାସ୍କ ହେଲା ବାଧ୍ୟତାମୂଳକ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମାସ୍କ ପରିଧାନ ବାଧ୍ୟତାମୂଳକ କଲା ବିଏମ୍‌ସି । ସଂକ୍ରମଣ ଦିନକୁ ଦିନକୁ ବଢିବାରୁ କଟକଣା ବଢ଼ାଇଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛି ବିଏମସି । ଦୁଇମିଟର ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ।

ବିଏମସିର ନିର୍ଦ୍ଦେଶ ମୁତାବକ କେବଳ ଭୁବନେଶ୍ୱରରେ ରହୁଥିବା ଲୋକ ନୁହେଁ ବରଂ ଅନ୍ୟ ଠାରୁ ଭୁବନେଶ୍ୱର ଆସୁଥିବା ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ବିଏମସି ନିର୍ଦ୍ଦେଶ ଦେଇଛି । ଏହା ସହ ମଲ ଓ ଦୋକାନ ମାନଙ୍କରେ ୨ ମିଟର ସାମାଜିକ ଦୂରତା ରକ୍ଷା କରିବାକୁ ବିଏମସି ପରାମର୍ଶ ଦେଇଛି ।

Also Read  ୫୬ ବର୍ଷରେ ବଲିଉଡର ବାଦଶାହ ଶାହରୁଖ

LEAVE A REPLY

Please enter your comment!
Please enter your name here