ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ

0
153
eknath-shinde-takes-oath-as-cm-of-maharastra

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଆରମ୍ଭ ହେଲା ସିନ୍ଦେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ ।ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ସିନ୍ଦେ ମରାଠୀରେ ଶପଥ ନେଇଛନ୍ତି। ସେହିପରି ଦେବେନ୍ଦ୍ର ଫଡନବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନବିସ ଘୋଷଣା କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେବେ ବୋଲି କହିଥିଲେ। ଏହାସହ ସେ ନିଜେ ସରକାର ବାହାରେ ରହିବେ ବୋଲି ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜେ ଟ୍ୱିଟ୍ କରି ଦେବେନ୍ଦ୍ର ଫଡନବିସ ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦଳ ଚାହୁଁଥିବା କହିଥିଲେ।

ନୂତନ ସରକାର ଗଠନ ସହିତ ଗତ ୧୦ ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଲାଗି ରହିଥିବା ସଂକଟର ଅବସାନ ଘଟିଛି। ଜୁନ୍ ୨୦ ତାରିଖରୁ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଶିବସେନାର ବିଦ୍ରେୀହୀ ବିଧାୟକ ସୁରଟ ଯିବ‌ା ଘଟଣାରୁ ଏହି ରାଜନୈତିକ ସଂକଟର ଆରମ୍ଭ ହୋଇଥିଲା। ଠିକ ୧୦ ଦିନ ପରେ ଆଜି ବିଜେପି ସହ ମିଶି ଶିବସେନା ବିଦ୍ରୋହୀ ନୂତନ ସରକାର ଗଠନ କରିବା ପ‌ରେ ପୁଣି ମହାରାଷ୍ଟ୍ରକୁ ରାଜନୈତିକ ସ୍ଥରତା ଫେରି ଆସିବ ବୋଲି ଆଶା କରାଯାଉଛି।

ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନଭିସ ହିଁ ମୁଖ୍ୟମନ୍ତ୍ରୀ ହେବେ କୁହାଯାଉଥିଲା । କିନ୍ତୁ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦେବେନ୍ଦ୍ର ଫଡନଭିସ ଘୋଷଣା କରିଥିଲେ । ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ଏପରି କରି ବିଜେପି କ୍ଷମତାଲୋଭୀ ନୁହେଁ ବୋଲି ବାର୍ତା ଦେଇ ନିଜର ଭାବମୂର୍ତି ବଢ଼ାଇବାକୁ ପ୍ରୟାସ କରିଛି । ତା ସହିତ ବିଜେପିର ବଡ ନେତାଙ୍କ ଅନୁରୋଧ ପରେ ନିଜେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାଭିସ୍ ।

Also Read  ବିଜୟୱାଡାରୁ ଧରାପଡ଼ିଲେ ଶର୍ମିଷ୍ଠାଙ୍କ ଭାଇ, ଏବେ ଜଣାପଡ଼ିବ କୋଉଠି ଲୁଚିଛନ୍ତି ପୋର୍ଟାଲ ମାଲିକାଣୀ

LEAVE A REPLY

Please enter your comment!
Please enter your name here