ପୁରୀ ରଥଯାତ୍ରାର ଫଟୋ ସଂଗ୍ରହ ପାଇଁ ଯାଉଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

0
402

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ। ସଡ଼କ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପୁରୀକୁ ଫଟୋ ଖବର ସଂଗ୍ରହ ପାଇଁ ଯାଉଥିବା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ସଡକ ଦୁର୍ଘଟଣାରେ ପରଲୋକ ହୋଇଛି। ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଦୁର୍ଘଟଣା ଘଟିଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ଦୈନିକ ଖବରକାଗଜ ‘ସମୟ’ ସହ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ ସାମ୍ବାଦିକ ଅଶୋକ ପଣ୍ଡା।

Also Read  Regional Convention of Polytechnic Education in Eastern States